Mkg Most Wanted Naxal Surrender 750x430

ସହିଦ ସପ୍ତାହ ପାଳନ ପୂର୍ବରୁ ନକ୍ସଲଙ୍କୁ ଝଟକା: ମହିଳା କ୍ୟାଡରର ଆତ୍ମସମର୍ପଣ

State

ମାଲକାନଗିରି: ଆସନ୍ତାକାଲି ଠାରୁ ନକ୍ସଲଙ୍କ ସହିଦ ସପ୍ତାହ। ସହିଦ ସପ୍ତାହ ଆରମ୍ଭ ପୂର୍ବରୁ ପୁଲିସ ନକ୍ସଲଙ୍କୁ ଦେଇଛି ବଡ଼ ଝଟକା। ୩ ଲାଜ୍ୟର ମୋଷ୍ଟ ଵାଣ୍ଟେଡ ମହିଳା ନକ୍ସଲ ରାନିତେ ଅରଫ ହିଡମା କୋବାସି।ମହିଳା ନକ୍ସଲ ରାନିତେ ଛତିଶଗଡ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ରାଜ୍ୟ ପାଇଁ ଥିବା ମୋଷ୍ଟ ୱାଣ୍ଟେଡ। ରନିତେର ଘର ସୁକମା ଜିଲ୍ଲାର ଚିନ୍ତଲନାର ଥାନା ଅନ୍ତର୍ଗତ ପୁଲନପାଡ ଗ୍ରାମରେ।ରାନିତେ ଉପରେ ଛତିଶଗଡ଼ ଏବଂ ମହାରାଷ୍ଟ୍ର ସରକାର ୫ ଲକ୍ଷ ଟଂକା ଲେଖାଏଁ ପୁରସ୍କାର ଘୋଷିତ କରିଥିବା ବେଳେ ମଧ୍ୟପ୍ରଦେଶ ସରକାର ୩ ଲକ୍ଷ ଟଂକା ପୁରସ୍କାର ଘୋଷିତ କରିଥିଲେ।
ତେବେ ତିନି ରାଜ୍ୟ ତରଫରୁ ମୋଟ ୧୩ ଲକ୍ଷ ଟଂକାର ପୁରସ୍କାର ରହିଥିଲା। ୱାର୍ଦ୍ଧା ଏସପି ଅଭିଷେକ ପଲ୍ଲବଙ୍କ ନିକଟରେ ରାନିତେ ଆତ୍ମସମର୍ପଣ କରିଛି। ପ୍ରାୟ ୨୫ରୁ ଊର୍ଦ୍ଧ୍ବ ନକ୍ସଲ ହିଂସାରେ ସେ ଜଡ଼ିତ ଥିବା ପୁଲିସ କହିଛି। ରାନିତେ ଆଗଧାଡ଼ିର ନକ୍ସଲ ନେତ୍ରୀ ହୋଇଥିବାରୁ ସଂଗଠନକୁ ବଡ଼ ଝଟକା ଲାଗିଛି। ରାନିତେକୁ ଛତିଶଗଡ଼ ସରକାରଙ୍କ ତରଫରୁ ୨୫ ହଜାର ଟଂକାର ଆର୍ଥିକ ସହାୟତା ଦେବା ସହ ଆଗାମୀ ଦିନରେ ଆତ୍ମନିର୍ଭରଶୀଳ କରାଇବା ପାଇଁ ସମସ୍ତ ସହଯୋଗ କରାଯିବ ବୋଲି କୁହାଯାଇଛି।