Photo For The News Of Alu

ଆଗରପଡ଼ାରେ ଆଳୁ ଟେନ୍‌ସନ୍‌

State

ଆଗରପଡ଼ା :ଗତ କିଛିଦିନ ହେଲା ପନିପରିବା ଦର ଆକାଶଛୁଆର୍ ଥିବାରୁ ଲୋକେ ତରକାରୀ ପାଇଁ ଆଳୁ ଉପରେ ନିର୍ଭର କରି ଚଳିଯାଉଥିଲେ । ମାତ୍ର ଶୁକ୍ରବାର ଠାରୁ ଆଗରପଡ଼ା ତଥା ଏହାର ଆଖପାଖ ବଜାର ଅଂଚଳରେ ହଠାତ୍ ଆଳୁ ଦର ଦୁଇଗୁଣ ହୋଇଛି । ଏଥିନେଇ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ବାକ୍‌ବିତଣ୍ଡା ପରି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବାର ପରିଲକ୍ଷିତ ହୋଇଥିଲା । ପଶ୍ଛିମବଙ୍ଗରୁ ଆଳୁ ଯୋଗାଣବନ୍ଦ ହେବା ସୁଯୋଗରେ କିଛି ମୁନାଫାଖୋର ଆଳୁ ବ୍ୟବସାୟୀ ୩୦ଟଙ୍କାରୁ ୫୦ରୁ ୬୦ଟଙ୍କା ଚଢା ଦରରେ ଏହା ବିକ୍ରୀ କରୁଛନ୍ତି । ଆଳୁ ଲୋକଙ୍କ ପାଇଁ ଅନାବଶ୍ୟକ ସାମଗ୍ରୀ ହୋଇଥିବାରୁ ଆବଶ୍ୟକ ଠାରୁ କମ୍ ପରିମାଣରେ ଲୋକେ ଏହାକୁ କିଣୁଛନ୍ତି । କେତେକ ଅସାଧୁ ବ୍ୟବସାୟୀ ଆହୁରୀ ଅଧିକ ଚଢାଦରରେ ବିକ୍ରୀ କରିବାର ମସୁଧା କରି ଆଳୁ ନାହିଁ ବୋଲି ଗ୍ରାହକ ମାନଙ୍କୁ କହୁଥିବାର ଶୁଣିବାକୁ ମିଳୁଛି । ଅନ୍ୟପକ୍ଷରେ ୩୨ଟଙ୍କାରୁ ଅଧିକ ଦର ଦେଇ ଆଳୁ ନ କିଣିବାକୁ ଯୋଗାଣମନ୍ତ୍ରୀ ଗ୍ରାହାକମାନଙ୍କୁ ଅପିଲ କରୁଛନ୍ତି । କିନ୍ତୁ ଆଳୁ ନ କିଣିଲେ ଘରର ହାଣ୍ଡି ଶାଳ ଅଚଳ । ତେଣୁ ଲୋକେ ଏହାକୁ ବାଧ୍ୟବାଧବତାରେ କିଣୁଛନ୍ତି । ଏଥିପ୍ରତି ଯୋଗାଣ ବିଭାଗ ଦୃଷ୍ଟିଦେବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।