Budget 1721723957

ଜାଣନ୍ତୁ ୧ ଟଙ୍କାରେ ବଜେଟ୍ ହିସାବ : ଟଙ୍କାଟିଏ ଆସିବ କେମିତି, ଖର୍ଚ୍ଚ ହେବ କେମିତି

National & International

ନୂଆଦିଲ୍ଲୀ :ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରେକର୍ଡ ୭ମ ଥର ପାଇଁ ଆଜି ବଜେଟ ଉପସ୍ଥାପନ କରିଛନ୍ତି। ପ୍ରାୟ ୧ ଘଣ୍ଟା ୩୦ ମିନିଟର ବଜେଟ ଭାଷଣରେ ସେ ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ହେଲେ ଟିକସ ସ୍ଲାବରେ ପରିବର୍ତ୍ତନ ହୋଇନାହିଁ। ଦେଶବାସୀଙ୍କୁ ବିକଶିତ ଭାରତର ସ୍ୱପ୍ନ ସେ ଦେଖାଇଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ୪୮.୨୧ ଲକ୍ଷ ଟଙ୍କାରର ବଜେଟ ଉପସ୍ଥାପନ କରାଯାଇଛି।
ଟଙ୍କାଟିଏ ଆସିବ କୁଆଡ଼ୁ
ଋଣ ଓ ଅନ୍ୟାନ୍ୟ ଦାତା-୨୭ ପ.
କର୍ପୋରେସନ ଟିକସ-୧୭ ପ.
ଆୟକର-୧୯ ପ.
ସୀମା ଶୁଳ୍କ-୪ ପ.
କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ-୫ ପ.
ଜିଏସଟି ଓ ଅନ୍ୟାନ୍ୟ ଟିକସ-୧୮ ପ.
ଅଣ-ଟିକସ ରାଜସ୍ୱ- ୯ ପ.
ଅଣ-ଋଣ ପୁଞ୍ଜି ଆୟ-୧ ପ.

ଟଙ୍କା ଟିଏ ଯିବ କୁଆଡ଼େ
ଟିକସ ଓ ଶୁଳ୍କରୁ ରାଜ୍ୟର ଭାଗ- ୨୧ ପ.
ସୁଧ ଦେୟ- ୧୯ ପ.
କେନ୍ଦ୍ରୀୟ ଯୋଜନା- ୧୬ ପ.
ଫାଇନାନ୍ସ କମିଶନ ଓ ଅନ୍ୟ ଟ୍ରାନ୍ସଫର- ୯ ପ.
କେନ୍ଦ୍ର ପ୍ରାୟୋଜିତ ଯୋଜନା- ୮ ପ.
ପ୍ରତିରକ୍ଷା- ୮ ପ.
ସବସିଡି- ୬ ପ.
ପେନସନ- ୪ ପ.
ଅନ୍ୟାନ୍ୟ ଖର୍ଚ୍ଚ: ୯ପ.