Photo For The News Of Bhagaram

ବର୍ଷାଦିନେ ବଢୁଛି ଭଗାରାମବାସୀଙ୍କ ଦୁଃଖ, ଗମନାଗମନ ଓ ଚାଷ କ୍ଷେତ୍ରରେ ବାଧକ ସାଜୁଛି ବର୍ଷାଜଳ

State

ଆଗରପଡ଼ା :ବର୍ଷା ଆସିଲେ ଗ୍ରାମବାସୀଙ୍କ ଦୁଃଖ ବଢିଯାଏ । ବର୍ଷା ପାଣି ଚାଷ ଓ ଗମନାଗମନ ଆଦି ବିଭିନ୍ନ କ୍ଷେତ୍ରରେ ବାଧକ ସାଜିଥାଏ । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ୩ନଂ ୱାର୍ଡ଼ ଅନ୍ତର୍ଗତ ଭଗାରାମ ଗ୍ରାମରେ । ସୂଚନା ଅନୁଯାୟୀ: ବାରିକ ସାହୀ,ବଡ଼ ସାହୀ,ଜେନା ସାହୀ,ଦାସ ସାହୀ,ଗୁଦୁଡ଼ି ସାହୀ,ବଡ଼ପୋଖରୀ ଓ ମହୁରୀ ସାହୀକୁ ନେଇ ଭଗାରାମ ଗ୍ରାମ ଗଠିତ । ଯାହାର ଲୋକ ସଂଖ୍ୟା ପାଖାପାଖି ୧୦୦୦ ହୋଇଥିବା ବେଳେ ଭୋଟର ସଂଖ୍ୟା ପାଖାପାଖି ୭୦୦ । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦୁରଦୃଷ୍ଟିର ଅଭାବଯୋଗୁଁ ଭକ୍ତ ଗ୍ରାମରେ ଜଳନିଷ୍କାସନର ସୁବନ୍ଦୋବସ୍ତ ନଥିବାରୁ ବର୍ଷାଋତୁ ଆସିଲେ ଗ୍ରାମବାସୀଙ୍କ ଚିନ୍ତା ବଢିଯାଇଥାଏ । ଅଭିଯୋଗ ଅନୁଯାୟୀ :ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ କାଦବରାଙ୍ଗ-ଆଡ଼ିଆ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ବାଙ୍କତିରା ଠାରୁ ଆପ୍ତିରାଷଡ଼ଙ୍ଗୀ ପର୍ଯ୍ୟନ୍ତ ସାଢେ ୩ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଟ୧୬୮.୬୪ଲକ୍ଷ ଙ୍କା ମଂଜୁର କରିଥିଲେ । ତା୧.୮.୨୦୧୩ ରିଖ ରେ ନିର୍ମାଣ ଆରମ୍ଭ ହୋଇ ତା ୧୮.୪.୨୦୧୪ରେ ଶେଷ ହେବ ବୋଲି ନିର୍ଦ୍ଦେଶ ଥିବା ବେଳେ ଅବଧି ଶେଷ ହେବାର ୩ ବର୍ଷପରେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । କାର୍ଯ୍ୟ ସରୁସରୁ କଂକ୍ରିଟ ହୋଇଥିବା ୭ଶହ ମିଟର ରାସ୍ତା ଫାଟିଯିବା ସହିତ ପ୍ରାୟ ୨କି.ମି ହୋଇଥିବା ପିଚୁରାସ୍ତା ପାଶ୍ୱର୍ ଗୁଡ଼ିକ ଦବି ଯାଇଥିଲା । ସେହିପରି ଉକ୍ତ ରାସ୍ତାଟିର ରକ୍ଷଣାବେକ୍ଷଣ ଦାୟିତ୍ୱ ୨୦୧୮ଫେବୃଆରୀ ୨୮ ତାରିଖ ଠାରୁ ଆରମ୍ଭ ହୋଇ ୨୦୨୩ ଫେବୃଆରୀ ୨୭ତାରିଖରେ ଶେଷ ହେବାର ଧାର୍ଯ୍ୟ ହୋଇଥିଲା ।

ଏହି ୫ବର୍ଷ ମଧ୍ୟରେ ବାର୍ଷିକ ଥରେ ବର୍ଷାଋତୁ ପରେ ଘାସ ଡ଼ାଳପତ୍ର କାଟି ସଫା କରିବା,ପାଣି କଟାଧାର ପୁନଃ ମରାମତି କରିବା,ବର୍ଷକୁ ୨ଥର ରାସ୍ତା ପାଶ୍ୱର୍ ନିର୍ମିତ ନାଳ ମରାମତି ଓ ତିଆରି ହୋଇଥିବା ଶଂଖ ଓ ପୋଲ ମରାମତି କରିବା,ବର୍ଷକୁ ୧ଥର ଶଂଖ ପୋଲ ଧଳା ରଙ୍ଗ ମାରିବା ସହ ଦରକାର ଅନୁସାରେ ପିଚୁ ରାସ୍ତାର ଉଭୟ ପାଶ୍ୱର୍ର ମାଟି ସେକ୍ଟର ମରାମତି ,ରାସ୍ତା ପାଶ୍ୱର୍ ନିର୍ମିତ ନାଳ ମରାମତି ଏବଂ ରାସ୍ତାରେ ଲଗା ଯାଇଥିବା କି.ମି. ଖୁଣ୍ଟ ଓ ସାଇନ୍‌ବୋର୍ଡ଼ ମରାମତି ଆଦି ଦାଇତ୍ୱ କାର୍ଯ୍ୟ ନିର୍ବାହ କରିଥିବା ଠିକାଦାରଙ୍କ ଥିଲେ ସୁଦ୍ଧା ଏହା ଏହି ରାସ୍ତାରେ କାର୍ଯ୍ୟକ୍ଷମ ହୋଇନଥିବା ପରିଲକ୍ଷିତ ହୋଇଥିଲା । ପରେ ଏହାକୁ ନେଇ ଦୈନିକ ‘ପ୍ରଗତିବାଦୀ’ରେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ଗତ ଜାନୁଆରୀ ମାସରେ ଏହାର ମରାମତି କାର୍ଯ୍ୟ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ଏହାର ଉଭୟ ପାଶ୍ୱର୍ ଦବିଯିବା ସହ ପାଣି ଜମି ରହୁଛି ଏବଂ ରାସ୍ତା ନିର୍ମାଣ ସମୟରେ ଜଳନିଷ୍କାସନ ପାଇଁ କୈାଣସି ସୁବନ୍ଦୋବସ୍ତ କରାଯାଇନଥିବାରୁ ଏହି ଗ୍ରାମ ଦେଇ ମୁଣ୍ଡଳୀ, ରଇଁତରା ଓ ନୂଆପୋଖରୀ ଗ୍ରାମର ଜଳ ପ୍ରଭାବିତ ହେଉଥିଲେ ସୁଦ୍ଧା ଏହା ନିଷ୍କାସନ ନ ହୋଇ ପାରି ଜମି ରହୁଛି । ସେହିପରି ବର୍ଷା ହେଲେ ଏହି ଜଳ ନିଷ୍କାସନ ହୋଇ ନପାରି ଭଗାରାମ ଗ୍ରାମର ବାରିକ ସାହୀର ୧୦/୧୨ ପରିବାରଙ୍କ ସମେତ ହରିଜନ ସାହୀର କିଛି ପରିବାର ପାଣି ଘେରରେ ରହିଯାଇଥାନ୍ତି । ସେହିପରି ଜଳନିଷ୍କାସନ ହୋଇ ପାରୁନଥିବାରୁ ପାଖାପାଖି ୫୦ଏକର ଚାଷ ଉପଯୋଗି ଜମି ରେ ଚାଷ କାର୍ଯ୍ୟ ହୋଇପାରୁନଥିବା ଜଣାପଡ଼ିଛି । ଚାଷ ଜମିରେ କାଡ଼ାନାଳ ନିର୍ମାଣ ହୋଇଥିଲେ ସୁଦ୍ଧା ନିର୍ମାଣ ଅତି ନିମ୍ନମାନର ହୋଇଥିବାରୁ ଜଳ ନିଷ୍କାସନ ମଧ୍ୟ ଠିକ୍ ଭାବେ ହେଉନଥିବା ଜଣାପଡ଼ିଛି । ପ୍ରତିବର୍ଷ ଗ୍ରାମବାସୀଙ୍କ ଦ୍ୱାରା ବିଭାଗୀୟ ଅଧିକାରୀଙ୍କ ସମେତ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ସୁଦ୍ଧା ଅଧ୍ୟାବଧି କିଛି ସୁଫଳ ମିଳିପାରୁନଥିବା ଜଣାପଡ଼ୁଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।