ପୁରୀ: ଘୋଷଯାତ୍ରାର ଆଜି ହେଉଛି ଶେଷ ଦିବସ l ଆଜି ଶ୍ରୀକ୍ଷେତ୍ରରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ମହାପ୍ରଭୁଙ୍କୁ ଆଶୀର୍ବାଦ ନେଇଛନ୍ତି । ଚଳିତବର୍ଷ ରଥଯାତ୍ରା ଶାନ୍ତିଶୃଙ୍ଖଳା ସହ ସଂପନ୍ନ ହେବାକୁ ଯାଉଛି । ଆଡ଼ପ ପହଣ୍ଡି ସମୟରେ ବଡ଼ଠାକୁର ଚାରମାଳରେ ପଡ଼ିଯିବା ନେଇ ଘଟଣାରେ ସମସ୍ତ ସେବାୟତ ଦୁଃଖିତ । ଏହି ଘଟଣା ନେଇ ରାଜ୍ୟସରକାର ସେବାୟତମାନଙ୍କ ସହ ଆଲୋଚନା କରିଛନ୍ତି l ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି କିପରି ଶାନ୍ତିଶୃଙ୍ଖଳା ସହ ସଂପନ୍ନ ହେବ ସେ ନେଇ ବିଶେଷ ଧ୍ୟ୍ୟନ ଦିଆଯିବ l ବିଜେପି ସରକାର ଆସିବା ପରେ ରତ୍ନଭଣ୍ଡାର ଖୋଲାଯାଇଛି l ଯାହାକି ୪୦ ବର୍ଷ ପୂର୍ବରୁ ସରକାର ଖୋଲିପାରୁନଥିଲେ l ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ସମସ୍ତ କାର୍ଯ୍ୟ କରାଯିବ l ଲୋକଙ୍କ ସରକାର ଲୋକଙ୍କ ପାଇଁ କାର୍ଯ୍ୟ କରିବ ବୋଲି କହିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l