Eow

EOW ପଞ୍ଝାରେ ୬୦୦ କୋଟି ଟଙ୍କା ଠକେଇର ମାଷ୍ଟରମାଇଣ୍ଡ

Crime State

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ EOWକୁ ବଡ଼ ସଫଳତା । ୬୦୦ କୋଟି ଟଙ୍କା ଠକେଇର ମାଷ୍ଟରମାଇଣ୍ଡ ଗିରଫ। LFS ବ୍ରୋକିଂ ଓ PMS ସର୍ଭିସେସର ମୁଖ୍ୟ ଅଭିଯୁକ୍ତ ସୟଦ ଜିୟାକୁର ରେହମାନକୁ ପଶ୍ଚିମ ବଙ୍ଗ ହୁଗୁଳିରୁ ଗିରଫ କରିଛି EOW । ଦୁବାଇରୁ ଫେରିବା ବେଳେ କୋଲକାତାରୁ ଗିରଫ କରାଯାଇଛି । ସେୟାର ମାର୍କେଟର ଲୋଭ ଦେଖାଇ ଲୋକଙ୍କୁ ଠକୁଥିଲା ରେହମାନ ।

ଓଡ଼ିଶା, ଗୁଜୁରାଟ, ବିହାର ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଝାଡଖଣ୍ଡରୁ ବିଭିନ୍ନ ଉପାୟରେ ୬ ହଜାର ୨୧୯ ନିବେଶକାରୀଙ୍କ ଠାରୁ ୬୦୦ କୋଟିରୁ ଅଧିକ ଟଙ୍କା ଠକେଇ କରିଥିଲା । ସେୟାର ଟ୍ରେଡିଂ ନାଁରେ ଢେଙ୍କାନାଳର ଅରୁଣ ପଟ୍ଟନାୟକଙ୍କ ଠାରୁ ୨୦ ଲକ୍ଷ ଟଙ୍କା ନେଇ ମୂଳ ଟଙ୍କା ଆସିବା ଯାଏଁ ୨ ପ୍ରତିଶତ ସୁଧ ଦେବା କହି ଚୂନା ଲଗାଇଥିଲା । ଠକେଇ ଟଙ୍କା ଆରାମ ବାଗ ହୋଟେଲ ଆଣ୍ଡ ରିସର୍ଟସରେ ଲାଗୁଥିଲା । ଗିରଫ ରେହେମନ୍ ର ଦୁଇ ପତ୍ନୀ ହବିବା ବେଗମ୍ ଓ ରଞ୍ଜିତା ମହାଜନ ଆରାମ ବାଗର ନିର୍ଦ୍ଦେଶକ ଅଛନ୍ତି ।

ସେହିପରି ଗତକାଲି ସାଇବର ଠକେଇ ମାମଲାରେ ନାଇଜେରିଆର ଦୁଇ ନାଗରିକଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚର ସାଇବର ସେଲ୍‌। ନୂଆଦିଲ୍ଲୀରୁ ସେମାନଙ୍କୁ ଓଡ଼ିଶା ଅଣାଯାଇଛି । ଦୁଇ ଠକ ଖ୍ରିଷ୍ଟୋଫର ଚିଜୋବାମ ଓ ନାମଦି ଷ୍ଟାନଲେ ମାମୁଲୁଙ୍କୁ ଧରି ସାଇବର ସେଲର ସ୍ବତନ୍ତ୍ର ଦଳ ଶନିବାର ଭୁବନେଶ୍ବରରେ ପହଂଚିଛି । ଅନ୍ୟ ଜଣେ ଠକ ଆରତୀ ଗୌତମଙ୍କୁ ମଧ୍ୟ ଓଡ଼ିଶା ଅଣାଯାଇଛି । ଏମାନେ ଭୁବନେଶ୍ବରର ଜଣେ ବ୍ୟକ୍ତିଙ୍କ ଠାରୁ ୨ କୋଟିରୁ ଅଧିକ ଟଙ୍କା ଠକି ନେଇଥିଲେ । ଠକମାନେ ନିଜକୁ ପୂର୍ବତନ ଆଇଏଏସ୍ ଅଫିସର ଭାବେ ନିଜକୁ ପରିଚୟ ଦେଇ ଏହି ଠକେଇ କରିଥିଲେ ।