Onn 3

ସେବକଶ୍ରୀ ବଲ୍ଲଭ ଚରଣ ସାହୁ ଙ୍କ ୭୩ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ବୃକ୍ଷରୋପଣ

Religion and Cult

ବାରିପଦା :ସ୍ଥାନୀୟ ରଘୁନାଥପୁର ସ୍ଥିତ ରୋଜ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ନାରାୟଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ସେବକଶ୍ରୀ ବଲ୍ଲଭ ଚରଣ ସାହୁଙ୍କ ୭୩ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସର୍ବ ପ୍ରଥମେ ବିଦ୍ୟାଳୟର ଛାତ୍ରଙ୍କ ଗହଣରେ ବଲ୍ଲଭ ବାବୁଙ୍କ ଫୋଟୋ ଚିତ୍ରରେ ସମସ୍ତେ ପୁଷ୍ପାର୍ଘ୍ୟ ଅର୍ପଣ କରି ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ I ପରେପରେ ବିଦ୍ୟାଳୟ ପରିସରରେ ଛାତ୍ର ମାନଙ୍କ ସମେତ ଟ୍ରଷ୍ଟର ସଦସ୍ୟ ମାନେ ବୃକ୍ଷରୋପଣ କରିଥିଲେ I ଶେଷରେ ବଲ୍ଲଭ ବାବୁଙ୍କ ଦୁଇ ସୁପୁତ୍ର ରଣଜିତ କୁମାର ସାହୁ ଓ ସୁଜିତ କୁମାର ସାହୁ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ I ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ନିରୋଜ କୁମାର ପୋଥାଳ, ଉପଦେଷ୍ଟା ସୋମନାଥ ସିଂହ, ସମ୍ପାଦକ ପ୍ରତାପେଶ୍ୱର ଦାଶ, ରାଜେଶ କୁମାର ନନ୍ଦୀ, ଲିଙ୍ଗରାଜ ମହାନ୍ତି, ରାକେଶ ଦ୍ବିବେଦୀ, ଜୟପ୍ରକାଶ ମହାନ୍ତ, ଇନ୍ଦ୍ରଜିତ ମହାନ୍ତ, ସନତ କୁମାର ଦାସ, ରଣଜିତ କୁମାର ଦାସ, ଅରବିନ୍ଦ ମୁଖି ପ୍ରମୁଖ ସାମିଲ ହୋଇଥିଲେ I