Photo For The News Of Yoga

ପ୍ରସ୍ତୁତି ଯୋଗାଭ୍ୟାସ ଶିବିର ଅନୁଷ୍ଠିତ

State

ଆଗରପଡ଼ା :ବିଶ୍ୱ ଯୋଗ ଦିବସ ଉପଲକ୍ଷେ ଆଗରପଡ଼ା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ପ୍ରସ୍ତୁତି ଯୋଗାଭ୍ୟାସ ଶିବିର ଅନୁଷ୍ଠିତ ହୋଇଯାଇଛି । ପତଞ୍ଜଳୀ ଯୋଗପୀଠର ଶିକ୍ଷାର୍ଥୀ ତଥା ଭଦ୍ରକ ଜିଲ୍ଲା ଯୋଗ ପ୍ରଚାରକ ଧରଣୀଧର କର ଯୋଗଦେଇ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟାଙ୍କୁ ଯୋଗ ଉପରେ ଶିକ୍ଷାଦାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଧାନ ଆଚାର୍ଯ୍ୟ ରାଜ କିଶୋର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଯୋଗାଚାର୍ଯ୍ୟ ଚିନ୍ତାମଣୀ ଶତପଥୀ,ବିଦ୍ୟାମନ୍ଦିର ସଂପାଦକ ଅଶୋକ ପରିଡ଼ା,ଯୁଗ୍ମ ସଂପାଦକ ସୁବାସ ଚନ୍ଦ୍ର ସାହୁ,ସଭାପତି ଭାଗବତ ପ୍ରସାଦ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।