Img 20240617 Wa0206

ନୂଆ ମନ୍ତ୍ରୀଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ ଜିଲ୍ଲା ଶିକ୍ଷକ ସମ୍ମନ୍ବୟ ସମିତି

State

ବାରିପଦା : ନବ ନିର୍ବାଚିତ ମୋରଡା ବିଧାୟକ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପାଇବା ପରେ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି I ତାଙ୍କୁ ଭେଟି ଅଭିନନ୍ଦନ ଜଣାଇବା ପାଇଁ ପ୍ରବଳ ଭିଡ଼ ଲାଗିଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ଶିକ୍ଷକ ସମନ୍ୱୟ ସମିତିର ସଦସ୍ୟ ଗଣ ୱାଲିଗଞ୍ଜ ସ୍ଥିତ ବାସଭବନରେ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଭେଟି ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଇଥିଲେ I ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ପରବର୍ତ୍ତୀ ସମୟରେ ସ୍ୱରନ୍ତ୍ର ଭାବେ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ I ଏହି ସୌଜନ୍ୟମୂଳକ ସାକ୍ଷାତରେ ସମିତିର ଅଧ୍ୟକ୍ଷ ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ, ଆବାହକ ବିମଳ କୁମାର ଆଚାର୍ଯ୍ୟ, ସଂଯୋଜକ ହରେକୃଷ୍ଣ ବାରିକ, ଗଣମାଧ୍ୟମ ସଂଯୋଜକ ଗଦାଧର ନାୟକ, ବରିଷ୍ଠ ସଦସ୍ୟ ସୋମନାଥ ସିଂହ, ଗୋପାଳ ଲେଙ୍କା, ସିଦ୍ଧେଶ୍ୱର ମିଶ୍ର, ପ୍ରଦୀପ କୁମାର ନାଥ, ଶିବ ଶଙ୍କର ମହାନ୍ତ, ସପନ ବେହେରା, ସୌମ୍ୟ ଦାଶ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅସୀମ କୁମାର ଚକ୍ରବର୍ତ୍ତୀ ଉପସ୍ଥିତ ଥିଲେ I