Img 20240612 Wa0171

ସମାଜରେ ଉଦାହରଣ; ଝିଅର ଜନ୍ମଦିନରେ ରକ୍ତଦାନ ସହ ବୃକ୍ଷରୋପଣ କଲେ ପିତା ମାତା

Religion and Cult

ବାରିପଦା : ପୁଅଝିଅର ଜନ୍ମଦିନକୁ ପରିବାର ଓ ବନ୍ଧୁମାନଙ୍କ ଗହଣରେ ସାଧାରଣତଃ ସମସ୍ତେ ପାଳନ କରିଥାନ୍ତି I ମାତ୍ର ଝିଅର ଜନ୍ମଦିନରେ ପିତାମାତା ଉଭୟେ ରକ୍ତଦାନ କରିବା ସହ ବୃକ୍ଷରୋପଣ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି I ସରସକଣା ବ୍ଲକ ଅନ୍ତର୍ଗତ ରାଜାଲୋକା ନିବାସୀ ସରୋଜ କୁମାର ସାହୁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଶୁଳିଆପଦା ତାଙ୍କର ଏକ ମାତ୍ର ଝିଅ ଏସ କିରଣର ଜନ୍ମଦିନରେ ନିଜ ପତ୍ନୀ ନିବେଦିତା ସାହୁଙ୍କ ସହ ସ୍ଵେଛାକୃତ ଭାବେ ରକ୍ତଦାନ କରିଥିଲେ I ତତସହିତ ଝିଅ ସହିତ ତଥା ନାରାୟଣ ସେବା ଟ୍ରଷ୍ଟର ସଦସ୍ୟ ମାନଙ୍କ ସହାୟତାରେ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ I ରକ୍ତଦାନ ପାଇଁ ରକ୍ତ ଭଣ୍ଡାର ଅଧିକାରୀ ସୌମ୍ୟ ରଞ୍ଜନ ନାୟକ ଉଭୟଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ନାରାୟଣ ସେବା ଟ୍ରଷ୍ଟ ତରଫରୁ ଡଃ ନିରୋଜ କୁମାର ସାହୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ I ସମାଜସେବୀ ସୋମନାଥ ସିଂହଙ୍କ ସହାୟତାରେ ଉଭୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଅନ୍ୟ ମାନଙ୍କ ମଧ୍ୟରେ ପ୍ରତାପେଶ୍ୱର ଦାଶ, ରାଜେଶ କୁମାର ନନ୍ଦୀ, ରଣଜିତ ଦାସ, ରାଜେଶ କୁମାର ଦ୍ବିବେଦୀ, ଧୃବେନ୍ଦ୍ର ଦାସ ଓ ବିଶ୍ୱକର୍ମା ଡାକୁଆ ଉପସ୍ଥିତ ଥିଲେ I