Img 20240416 Wa0214

ବଳାଙ୍ଗୀ ମହୋତ୍ସବର ତୃତୀୟ ସଂନ୍ଧ୍ୟା, ଝୁମର ନୃତ୍ୟରେ ଝୁମିଲେ ଦର୍ଶକ

Religion and Cult

ବାରିପଦା: ବାରିପଦା ଠାରେ ଆରମ୍ଭ ହୋଇଥିବା ମୟୁରଭଞ୍ଜର ମହାନ ଗଣପର୍ବ ବଳାଙ୍ଗୀ ମହୋତ୍ସବର ଆଜି 3ୟ ସନ୍ଧ୍ୟାରେ ବଳାଙ୍ଗୀ ଟେଲେଣ୍ଟ ହଣ୍ଟ ନୃତ୍ୟ ପ୍ରତିଯୋଗିତାର ସିନିୟର ବିଭାଗର ଫାଇନାଲ ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି | ଅଡିସନ ରାଉଣ୍ଡ ରେ ଉତୀର୍ଣ୍ଣ ପ୍ରତିଯୋଗୀ ମାନେ ଫାଇନାଲ ରାଉଣ୍ଡ ରେ ନୃତ୍ୟ ପ୍ରଦର୍ଶନ କରିଥିବା ବେଳେ, ବିଚାରକ ଭାବରେ ଭୁବନେଶ୍ୱରରୁ ବିଶିଷ୍ଟ କରିଓ ଗ୍ରାଫର ମାଷ୍ଟର ସିମନ ଏବଂ ମୁମ୍ବାଇରୁ କରିଓଗ୍ରାଫର ମାଷ୍ଟର ଅଜିତ ଯୋଗଦେଇ ପିଲା ମାନଙ୍କୁ ଦିଗଦର୍ଶନ ଦେଇଥିଲେ | ଆଜିର ସନ୍ଧ୍ୟାରେ ଅତିଥି ଭାବରେ ସମାଜସେବୀ ସରୋଜ କୁମାର ଖୁଣ୍ଟିଆ, ଇଂ ଶିରୀଶ ଚନ୍ଦ୍ର ହେମ୍ବ୍ରମ, ଯୋଗ ଦେଇଥିବା ବେଳେ, କମିଟି ତରଫରୁ ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ, ଅଧ୍ୟକ୍ଷ ଅରବିନ୍ଦ ଦାସ, ଉପାଧ୍ୟକ୍ଷ ରାଜୀବ ଲୋଚନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ |

ଏହି ଅବସର ରେ ଠାକୁରମୁଣ୍ଡାର ନାରୀ ସଂଗଠିକା ଜ୍ୟୋତ୍ସ୍ନା ରାଣୀ ପାଣିଗ୍ରାହୀ, ଯୁବ ସାମ୍ବାଦିକ ପ୍ରିତିଶ କୁମାର ମହାନ୍ତ, ଅତନୁ ତ୍ରିପାଠୀ, ଗତିକୃଷ୍ଣ ମହାନ୍ତ, ସାହିତ୍ୟିକ ଗୋପାଳ ଚନ୍ଦ୍ର ସାଓ, ଅଜୟ କୁମାର ପାଳ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ପରେ ପରେ ଏମ ପି କେ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ କନ୍ୟା ଭୃଣ ହତ୍ୟା ସମ୍ପର୍କିତନାଟକ ପରିବେଷଣ ଏବଂ ମୟୁରଭଞ୍ଜ ର ପ୍ରସିଦ୍ଧ ଲୋକନୃତ୍ୟ ଝୁମର ନୃତ୍ୟ ସହ ଅନ୍ୟାନ୍ୟ ନୃତ୍ୟ ପରିବେଷିତ ହୋଇଥିଲା. ମହୋତ୍ସବ କମିଟିର ସାଂସ୍କୃତିକ ସଚିବ ବଳରାମ ବେହେରା, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ଉପଦେଷ୍ଟା ନରେନ୍ଦ୍ର ମୋହନ ସେନାପତି, ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ, ସମ୍ପାଦକ ମିଥୁନ ବାରିକ, ପଦ୍ମନାଭ ମହାପାତ୍ର, କିଶୋର ମହାନ୍ତି, ଦିଲ୍ଲୀପ ପାତ୍ର ପ୍ରମୁଖ ଯୋଗଦେଇ କଳାକାର ମାନଙ୍କୁ ସମ୍ମାନିତ କରିଥିଲେ |