Image 1718195997

ବାଚସ୍ପତି ହେବେ ସୁରମା ପାଢୀ

State

ଭୁବନେଶ୍ବର: ନୂଆ ସରକାରଙ୍କର ନୂଆ ବାଚସ୍ପତି ସୁରମା ପାଢୀ । ରଣପୁର ବିଧାୟିକା ସୁରମା ପାଢୀଙ୍କୁ ମହିଳା ବାଚସ୍ପତି ଭାବରେ ମନୋନୀତ କରିପାରେ ବିଜେପି । ରାଜ୍ୟ ବିଜେପିର ଅନ୍ୟତମ ମହିଳା ଚେହେରା ସୁରମା ପାଢୀ ରଣପୁରରୁ ନିର୍ବାଚିତ ହୋଇଛନ୍ତି । ୨୦୦୪ ମସିହାରେ ବି ରଣପୁରରୁ ଜିତିଥିଲେ ସୁରମା। ଦଳର ବିଭିନ୍ନ ସାଂଗଠନିକ କାମରେ ସବୁବେଳେ ଆଗରେ ରହିଛନ୍ତି ସୁରମା। ଦଳର ବରିଷ୍ଠ ନେତ୍ରୀ ସୁରମା ପାଢୀ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ରଖିଛନ୍ତି ।

ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମୋହନ ଚରଣ ମାଝୀ । ଏହା ସହିତ ଶପଥ ଗ୍ରହଣ କରିଛନ୍ତି ୨ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କନକ ବର୍ଦ୍ଧନ ସିଂ ଦେଓ ଏବଂ ଓଡିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ପ୍ରଭାତି ପରିଡା । କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ସୁରେଶ ପୂଜାରୀ, ରବି ନାଏକ, ନିତ୍ୟାନ୍ଦ ଗଣ୍ଡ, କୃଷ୍ଣ ଚନ୍ଦ୍ର ପାତ୍ର, ପୃଥ୍ବୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ବିଭୂତି ଭୂଷଣ ଜେନା, କୃଷ୍ଣ ଚନ୍ଦ୍ର ମାହାପାତ୍ର । ଏଥିସହିତ ରାଷ୍ଟ୍ରମନ୍ତ୍ରୀ ଭାବେ ଗଣେଶ ରାମ ସିଂ ଖୁଣ୍ଟିଆ, ସୁର୍ଯ୍ୟବଂଶୀ ସୁରଜ, ପ୍ରଦୀପ ବଳ ସାମନ୍ତ, ଗୋକୁଳ ନନ୍ଦ ମଲ୍ଲିକ, ସମ୍ପଦ ସ୍ବାଇଁ ।