Onn 3

ବିଷାକ୍ତ ଫଳ ଖାଇ ୫ ଛାତ୍ର ଅସୁସ୍ଥ

State

ବାସୁଦେବପୁର : ବିଷାକ୍ତ ଫଳ ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଚୂଡ଼ାମଣି ଅଞ୍ଚଳରେ ଏହି ଘଟଣା ଘଟିଛି। କଳାରଙ୍ଗର ଫଳ ଖାଇ ଅସୁସ୍ଥ ହୋଇ ପଡ଼ିବାରୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଗତକାଲି ସନ୍ଧ୍ୟା ସମୟରେ ଟ୍ୟୁସନ ଯାଉଥିବା ବାଟରେ ରାସ୍ତା ପାଖ ଗଛରେ କଳାରଙ୍ଗର ଫଳକୁ ପିଲାମାନେ କୋଳି ବୋଲି ଭାବି ଖାଇଦେଇଥିଲେ। ଏହା ବିଷାକ୍ତ ବୋଲି ଜାଣି ନଥିଲେ। କିଛି ସମୟ ପରେ ବାନ୍ତି ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କର ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାର ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଛାଡି ଦିଆଯାଇଛି । ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି ।