Onn 3

କଟକ ଚଣ୍ଡିଙ୍କ ଦର୍ଶନ କଲେ, ନେତାଜୀ ସଂଗ୍ରହାଳୟ ବୁଲି ଦେଖିଲେ ରାଷ୍ଟ୍ରପତି

State

କଟକ: ମଙ୍ଗଳବାରଠାରୁ ତିନି ଦିନିଆ ଓଡ଼ଶା ଗସ୍ତରେ ଆସି ଆଜି କଟକରେ ପହଞ୍ଚିଛନ୍ତି ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ । କଡା ସୁରକ୍ଷା ମଧ୍ୟରେ ସଡ଼କ ପଥରେ ଆଜି କଟକ ଯାଇଛନ୍ତି ରାଷ୍ଟ୍ରପତି । କଟକରେ ପହଞ୍ଚି ପ୍ରଥମେ  ଚଣ୍ଡୀ ମନ୍ଦିର ଯାଇଥିଲେ । ସେଠାରେ ପାଖାପାଖି ୧୫ ମିନିଟ୍ ରହି ମା’ଙ୍କ ପୂଜାର୍ଚ୍ଚନା କରିଥିଲେ ରାଷ୍ଟ୍ରପତି ।

ସେଠାରେ ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ହୋଇଥିଲା । ମନ୍ଦିରରୁ ବାହାରିବା ପରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ । ପରେ   ଶୈଳବାଳା ମହିଳା ସ୍ୱଂୟଶାସିତ ମହା ବିଦ୍ୟାଳୟକୁ ଯାଇଥିଲେ ମହାମହିମ । ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଯାଇଥିଲେ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ସଂଗ୍ରାହଳୟ  ।

ସେଠାରେ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିପୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ମହାମହିମ । ଏହା ସହ ସଂଗ୍ରାହଳୟର ବିଭିନ୍ନ ଗ୍ୟାଲେରି ବୁଲି ଦେଖି ଦେଖିଥିଲେ । ସେଠାରୁ ବାହାରି  ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଆଜି ରାଷ୍ଟ୍ରପତି ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ ମ୍ୟୁଜିୟମ ଅଫ ଜଷ୍ଟିସ୍ ଓ ହାଇକୋର୍ଟ ଯିବେ ରାଷ୍ଟ୍ରପତି ମଧ୍ୟାହ୍ନରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ପହଞ୍ଚି  ଛାତ୍ର ସଂସଦର କାର୍ଯ୍ୟକ୍ରମ ‘ଅରୋରା’ରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଶେଷରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଯାଇ ସେଠାରେ ସମାବର୍ତନ ଉତ୍ସବରେ ଯୋଗଦେବେ ଦ୍ରୌପଦୀ ମୁର୍ମୁ ।