Img 20240608 Wa0208

ପଞ୍ଚମ ବାରିପଦା ସପିଙ୍ଗ ଫେଷ୍ଟିଭାଲ ଉତଘାଟିତ

State

ବାରିପଦା : ସ୍ଥାନୀୟ ଛଉପଡିଆ ଠାରେ ପଞ୍ଚମ ବାର୍ଷିକ ବାରିପଦା ସପିଙ୍ଗ ଫେଷ୍ଟିଭାଲ ଉଦଘାଟିତ ହୋଇଯାଇଛି I ଏହି ମେଳା ଚଳିତ ମାସ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମୁଖ୍ୟ ଆୟୋଜକ ସଞ୍ଜୟ ସାହୁ ଜଣାଇଛନ୍ତି I ୧୯୮୫ ମ୍ୟାଟ୍ରିକ ବ୍ୟାଚର ବନ୍ଧୁଙ୍କ ସହଯୋଗରେ ଏହି ମେଳା ୫ମ ବର୍ଷରେ ପଦାର୍ପଣ କରିଛି ବୋଲି ଅନ୍ୟତମ ଆୟୋଜକ ଗୌତମ ରାୟ ପ୍ରକାଶ କରିଛନ୍ତି I ଏହି ମେଳାରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ପ୍ରକାରର ହସ୍ତତନ୍ତ, କୁଟୀର ଶିଳ୍ପ ଓ ଫାଷ୍ଟଫୁଡର ଷ୍ଟୋଲ ଲାଗିଛି I ତତସହିତ କୁନିକୁନି ପିଲାଙ୍କ ପାଇଁ ଦୋଳି ଝୁଲା ମଧ୍ୟ ବେଶ ଆକର୍ଷଣୀୟ ହୋଇଛି I ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଓକିଲ ସଂଘର ସଭାପତି ବିଭୁଦତ୍ତ ଦାସ, ସମ୍ମାନିତ ଅତିଥି ଭାବେ ଉପ ନଗରପାଳ ସୀମା ଦାସ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାମ୍ବାଦିକ ବିଜେପି ରାଜ୍ୟ ପ୍ରବକ୍ତା କବି ବିଷ୍ଣୁ ଶତପଥୀ ଙ୍କ ସମେତ ୱାର୍ଡ କାଉନସିଲର ସୁକେଶିନୀ ସେଠୀ ପ୍ରମୁଖ ଯୋଗ ଦେଇଥିଲେ I ୧୯୮୫ ବ୍ୟାଚ ତରଫରୁ ସାମ୍ବାଦିକ ଅକ୍ଷୟ କୁମାର ଅଗ୍ରୱାଲ ଯୋଗ ଦେଇ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସଞ୍ଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ I ସୋମନାଥ ସିଂହ ଓ ଗୌତମ ଦାସ ମଞ୍ଚ ପରିଚାଳନା ପରିଚାଳନା କରିଥିଲେ I ଏହି ଅବସରରେ ସେହି ବ୍ୟାଚର ନିକଟରେ ଇହଧାମ ତ୍ୟାଗ କରିଥିବା ହେମନ୍ତ ଦାଶ ଙ୍କ ସ୍ମୃତିରେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା I