Srew

ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ, ହତ୍ୟାକାଣ୍ଡ ପରେ କଲା ଆତ୍ମସମର୍ପଣ

Crime State

ବାରିପଦା – ହତ୍ୟା କଲା ନିଜ ସ୍ତ୍ରୀକୁ, ପୋଲିସ ପାଖରେ କଲା ଆତ୍ମ ସମର୍ପଣ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ବଡ଼ହାତନା ବେଡା ଗ୍ରାମରେ।ସୂଚନା ଅନୁସାରେ ଗତ ବୁଧବାର ଦିନ କୌଣସି କାରଣ ବଶତଃ ସ୍ଵାମୀ ପାନାଉ ତିରିଆ ଓ ଫୁଲମଣି ତିରିଆ (୨୮) ମଧ୍ୟରେ ଝଗଡା ହୋଇଥିଲା l ସ୍ବାମୀ ସ୍ତ୍ରୀକୁ ନିସ୍ତୁକ ମାଡ ମାରିଥିଲା ସେହି ଦିନଠାରୁ ଫୁଲମଣି ବିଛଣାରେ ପଡି ରହି ଥିଲା। ଗୁରୁବାର ରାତି ୯ ଟା ସମୟରେ ପରିବାର ଲୋକେ ପୋଲିସ କୁ ଖବର ଦେଇଥିଲେ।ଘଟଣା ସ୍ଥାନରେ ପୋଲିସ ପହଞ୍ଚି ତଦାରକ୍ କରିବା ସହିତ ଆଜି ସାଇଣ୍ଟିଫିକ ଟିମ୍ ପହଞ୍ଚିବା ପରେ ଶବ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଶବ ବେବଛେଦ ପାଇଁ ପଠାଇ ଥିଲେ।ଘଟଣା ସ୍ଥାନରେ ହତ୍ୟାକାରୀ ସ୍ବାମୀ ପୋଲିସ ପାଖରେ ଆତ୍ମ ସମର୍ପଣ କରିଛି।ଏନେଇ ମୃତ ଫୁଲମଣିର ଭାଇ ମଧୁ ସିଙ୍କୁ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ବାଦାମପାହାଡ ଥାନାରେ ୬୧/୨୪ ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି l