Photo1 For Voting

ବନ୍ତ ବ୍ଲକରେ ୧୩୯ଟି ବୁଥ୍‌ରେ ମତଦାନ

State

ଆଗରପଡ଼ା  :ଭଦ୍ରକ ଜିଲ୍ଲା ଭଣ୍ଡାରିପାଖରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନ୍ତ ବ୍ଳକରେ ଚଳିତ ବର୍ଷ ୧୩୯ଟି ବୁଥ୍‌ରେ ମତଦାତା ତାଙ୍କ ମତଦାନ କରିଛନ୍ତି । ଏଥର ୧ଲକ୍ଷ ୨୭ ହଜାର ୧୫୧ଜଣ ଭୋଟର ତାଙ୍କ ମତ ସାବ୍ୟସ୍ତ କରିବାର ସୂଚନା ରହିଥିଲା । ୨୦୧୪ ସାଧାରଣ ନିର୍ବାଚନରେ ବନ୍ତ ବ୍ଲକରେ ୧୩୨ଟି ବୁଥ୍‌ରେ ୧ଲକ୍ଷ ୫ହଜାର ଭୋଟର ମତଦାନ କରିଥିଲେ । ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ୧୩ ହଜାର ୪୪୮ଜଣ ନୂତନ ଭୋଟରକୁ ମିଶେଇ ସମୁଦାୟ ୧ଲକ୍ଷ ୧୮ହଜାର ୪୪୮ ଜଣ ଭୋଟର ମତଦାନ କରିଥିଲେ । ଚଳିତ ସାଧାରଣ ନିର୍ବାଚନରେ ବନ୍ତ ବ୍ଲକରେ ୮୭୦୩ଜଣ ନୂତନ ଭୋଟର ବୃଦ୍ଧି ପାଇ ମୋଟ ଭୋଟର ସଂଖ୍ୟା ୧ଲକ୍ଷ ୨୭ ହଜାର ୧୫୧ରେ ପହଚିଂଛି ।

Photo4 For Voting

ତନ୍ନମଧ୍ୟରୁ ୬୫ ହଜାର ୧୨୫ ଜଣ ପୁରୁଷ,୬୨ ହଜାର ୧୮ ଜଣ ମହିଳା ଓ ୮ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ବନ୍ତ ବ୍ଳକର ୩ଗୋଟି ଜୋନ ତଥା ଆଗରପଡ଼ା ୧୪ ନଂ ଜୋନ ଅର୍ନ୍ତଗତ ଅଣିଜୋ, ଚାରିଗାଁ, ବଡମହିଁଷଗୋଠ, ଗୋପୀନାଥପୁର, ବିଟିପୁର, ପୁରୁଷଣ୍ଢ, ମହାନ୍ତିପଡା, ଆଡିଆ ଓ ରାମଚନ୍ଦ୍ରପୁର ଏହିପରି ୯ଗୋଟି ପଂଚାୟତ ,ବନ୍ତ ୧୫ନଂ ଜୋନ ଅର୍ନ୍ତଗତ ବସନ୍ତିଆ, ବନ୍ତ, ଟିଲୋ, କାଦବରାଙ୍ଗ, ଗଣିଜାଙ୍ଗ, ବଡବର୍ଚ୍ଚିକୟାଁ, ଛୟାଳସିଂହ, ଓଡଙ୍ଗ ଏହିପରି ୮ ଗୋଟି ପଂଚାୟତ ଓ କେନ୍ଦୁଆପଦା ୧୬ନଂ ଜୋନ ଅର୍ନ୍ତଗତ କେନ୍ଦୁଆପଦା, ପ୍ରଧାନପଡା, ନିଳୋକ, ଷେଣ୍ଢତିରା, ରାମକୃଷ୍ଣପୁର, ରାମପୁର, ଗୋବିନ୍ଦପୁର, ତୋଡଗାଁ ଆଦି ୮ପଞ୍ଚାୟତ । ୩ଗୋଟି ଜୋନର ୨୫ ଗୋଟି ପଂଚାୟତରେ ମୋଟ ୧୩୯ଟି ବୁଥରେ ମତଦାନ କେନ୍ଦ୍ର ଖୋଲାଯାଇଛି । ସେଥି ମଧ୍ୟରୁ ୧୦ଟି ପିଙ୍କ୍ ବୁଥ, ୩୦ଟି ମିଶ୍ରିତ ବୁଥ, ୭ଗୋଟି ମଡେଲ ବୁଥ, ୮୩ଟି ୱେବ କାଷ୍ଟିଙ୍ଗ ବୁଥ, ୨ଟି ଭିଡିଓ ସୁଟିଙ୍ଗ ବୁଥ ରହିଛି ।

ଏହି ବ୍ଲକ ଗୋପୀନାଥପୁର ପଞ୍ଚାୟତର ତାଜିପୁର ସ୍କୁଲରେ ଥିବା ୧୦ନଂ ବୁଥ, ପୁରୁଷଣ୍ଢ ପଞ୍ଚାୟତର ପୁରୁଷଣ୍ଢ ସ୍କୁଲରେ ଥିବା୨୮ନଂ ଓ ୩୦ନଂ ବୁଥ, ଟିଲୋ ପଞ୍ଚାୟତର ନୋଡାଲ ହାଇସ୍କୁଲର ୮୪ନଂ ବୁଥ, ଗଣିଜାଙ୍ଗ ପଞ୍ଚାୟତର ନେହେରୁ ଉଚ୍ଚ ବିଦ୍ୟାପୀଠ, ଛୟାଳସିଂହ ପଞ୍ଚାୟତର ହାଟଡିହି ସ୍କୁଲ ସମେତ ନିଳୋକ, ବସନ୍ତିଆ ଆଦି କେତେକ ବୁଥରେ ଇଭିଏମ ତୃଟି ପରିଲକ୍ଷିତ ହୋଇଥିଲା ଯଦ୍ୱାରା ଉକ୍ତ ସ୍ଥାନ ମାନଙ୍କରେ ମତଦାନ ଡେରିରେ ଆରମ୍ଭ ହୋଇଥିଲା ।