Onn 3

ଲିଙ୍ଗଗତ ସମ୍ବେଦନଶୀଳତା ଉପରେ କମିଟି ଗଠନ କଲେ ସୁପ୍ରିମ୍‌କୋର୍ଟ

National & International

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌କୋର୍ଟ ଏହାର ଲିଙ୍ଗଗତ ସମ୍ବେଦନଶୀଳତା ଏବଂ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ପୁନର୍ଗଠନ କରିଛନ୍ତି। ସୁପ୍ରିମ୍‌କୋର୍ଟ (ନିବାରଣ, ନିଷେଧ ଓ ସମାଧାନ) ନିୟମାବଳୀ, ୨୦୧୩ରେ ମହିଳାଙ୍କ ଲିଙ୍ଗଗତ ସମ୍ବେଦନଶୀଳତା ଏବଂ ଯୌନ ଉତ୍ପୀଡ଼ନର ଧାରା ୪(୨) ଦ୍ୱାରା ପ୍ରଦତ୍ତ କ୍ଷମତା ଏବଂ ଏ ଦିଗରେ ସମସ୍ତ ସକ୍ଷମ ବ୍ୟବସ୍ଥାକୁ ବ୍ୟବହାର କରି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଲିଙ୍ଗ ସମ୍ବେଦନଶୀଳତା ଏବଂ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପୁନର୍ଗଠନ କରିଛନ୍ତି ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଏହି ୧୨ ଜଣିଆ କମିଟିର ଅଧ୍ୟକ୍ଷ ହେଉଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌କୋର୍ଟର ବିଚାରପତି ହିମା କୋହଲି।
ଏହି କମିଟିରେ ଜଷ୍ଟିସ ବିଭି ନାଗରତ୍ନା, ଅତିରିକ୍ତ ରେଜିଷ୍ଟ୍ରାର ସୁଖଦା ପ୍ରୀତମ, ବରିଷ୍ଠ ଆଇନଜୀବୀ ମୀନାକ୍ଷୀ ଅରୋରା ଓ ମହାଲକ୍ଷ୍ମୀ ପାୱାନି ରହିଛନ୍ତି।
ଧାରା ୪(୨)(ସି) ଅନୁଯାୟୀ ସୁପ୍ରିମ୍‌କୋର୍ଟ ବାର୍‌ ଆସୋସିଏସନ୍‌ର ଆଇନଜୀବୀ ତଥା ପ୍ରତିନିଧି ସୌମ୍ୟଜିତ ପାଣି, ଆଇନଜୀବୀ ଅନ ରେକର୍ଡ ଅନିନ୍ଦିତା ପୂଜାରୀ, ଆଇନଜୀବୀ ମଧୁ ଚୌହାନ, ପ୍ରଫେସର ଶ୍ରୁତି ପାଣ୍ଡେ, ବରିଷ୍ଠ ଆଇନଜୀବୀ ଜୟଦୀପ ଗୁପ୍ତା ଓ ମେନକା ଗୁରୁସ୍ୱାମୀ ଏବଂ ୟୁନିଭର୍ସିଟି ଅଫ୍‌ ଚିକାଗୋର ଭାରତସ୍ଥିତ ସେଣ୍ଟରର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଲେନି ଚୌଧୁରୀ ଏହି କମିଟିର ଅନ୍ୟ ସଦସ୍ୟ ଅଛନ୍ତି।