Rewr

ଡ଼ଃ ମହତାବଙ୍କ ପ୍ରତିମୃର୍ତ୍ତୀ ସାମ୍ନାରେ କୃତ୍ରୀମ ଜଙ୍ଗଲ

State

ଆଗରପଡ଼ା, :ଓଡ଼ିଶାର ଦୁଇଥର ମୁଖ୍ୟମନ୍ତ୍ରୀ,ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଉତ୍କଳକେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଜନ୍ମସ୍ଥାନ ଆଗରପଡ଼ାର ବିଭିନ୍ନ ସ୍ଥାନରେ ତାଙ୍କ ପ୍ରତିମୂର୍ତ୍ତୀମାନ ସ୍ଥାପନ କରାଯାଇଛି । ଆଗରପଡ଼ା ପ୍ରବେଶପଥ ତଥା ସ୍ଥାନୀୟ କୁଆଁଶମଢିଆ ଛକ ଠାରେ ଥିବା ପ୍ରତିମୂର୍ତ୍ତୀ ସାମ୍ନାରେ କୃତ୍ରିମ ଜଙ୍ଗଲ ସୃଷ୍ଟି ହୋଇଥିବାର ପରିଲକ୍ଷିତ ହୋଇଛି । ଯାହାକି ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷଭାବ ସୃଷ୍ଟି ହୋଇଛି । ବହୁ ବାଦବିବାଦ ଓ ଦୀର୍ଘଦିନର ଦାବି ପରେ ଏଠାରେ ପ୍ରତିମୂର୍ତ୍ତୀ ପ୍ରତିଷ୍ଠା ହୋଇଥିଲା । ପ୍ରତିମୂର୍ତ୍ତୀ ପ୍ରତିଷ୍ଠା ସ୍ଥଳୀରେ ଜଙ୍ଗଲ ପରିବେଶ ସୃଷ୍ଟି ହେବା ଡ଼ଃ ମହତାବଙ୍କ ପ୍ରତି ଅଟ୍ଟହାସ୍ୟ ସଦୃଶ ହୋଇଛି ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିବା ସହ ଏହାର ରକ୍ଷଣାବେଶଣ ପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି । ସେହିପରି କୂପାରୀ ଛକ ନିକଟରେ ସ୍ଥାପିତ ହୋଇଥିବା ପ୍ରତିମୂର୍ତ୍ତୀ ଚାରିପାଖରେ ସୁରକ୍ଷା ବଳୟ ନିର୍ମାଣ କରିବା ପାଇଁ ମଧ୍ୟ ପରାମର୍ଶ ହେଇଛନ୍ତି ।