Vk

ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ କଥା ନେଇ ବିରୋଧୀଙ୍କ ଅପପ୍ରଚାର ନିନ୍ଦନୀୟ : କାର୍ତ୍ତିକ ପାଣ୍ଡିଆନ

Politics State

ନବୀନ ବାବୁଙ୍କ ସ୍ବାସ୍ଥ୍ୟ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟ ନିର୍ବାଚନ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ। କହିଛନ୍ତି ନବୀନ ବାବୁଙ୍କ ସ୍ବାସ୍ଥ୍ୟ କଥା ନେଇ ଅପପ୍ରଚାର କରୁଛନ୍ତି ବିରୋଧୀ । ନବୀନ ବାବୁଙ୍କ ପରି ମହାନ ଜନନେତାଙ୍କୁ ଅସମ୍ମାନ କରୁଛନ୍ତି । ବଡ଼ ପାହାଡ଼ ଉପରେ ପଥର ପକାଇଲେ କ’ଣ ହେବ ଆପଣମାନେ ଉତ୍ତର ଦେବେ । ମିଛ ପ୍ରଚାର ଓ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନର ଜବାବ ଦେବେ ରାଜ୍ୟବାସୀ ।

ଶ୍ରୀ  ପାଣ୍ଡିଆନ ଆହୁରି କହିଛନ୍ତି, ‘ମୁଖ୍ଯମନ୍ତ୍ରୀଙ୍କ ବିରୋଧରେ ବିରୋଧୀଙ୍କ ପାଖରେ କୌଣସି ନୂଆ ତଥ୍ଯ ନାହିଁ । ସେଥିପାଇଁ ନିଚ୍ଚସ୍ତରର ରାଜନୀତି କରୁଛନ୍ତି ବିରୋଧୀ । ସେଇ ପୁରୁଣା କଥାକୁ ବାରମ୍ବାର ଦୋହରାଉଛନ୍ତି । ଦେଶର ଏକ ନମ୍ବର ମୁଖ୍ଯମନ୍ତ୍ରୀଙ୍କୁ ନେଇ ବାରମ୍ବାର ବିରୋଧୀଙ୍କ ମିଛ ପ୍ରଚାରକୁ ରାଜ୍ଯବାସୀ ପସନ୍ଦ କରୁନାହାଁନ୍ତି । ମୁଖ୍ଯମନ୍ତ୍ରୀ ସାରା ରାଜ୍ଯ ବୁଲି ପ୍ରଚାର କରୁଛନ୍ତି । ବିରୋଧୀଙ୍କ ଅପପ୍ରଚାରରେ କୌଣସି ସତ୍ଯତା ନାହିଁ ।’