Image 4

ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି, ନିୟୋଜିତ ହେବେ ୩୩ ହଜାର ପୋଲିସ କର୍ମଚାରୀ

State

ଭୁବନେଶ୍ୱର: ଆସନ୍ତାକାଲି ଦେଶରେ ପଞ୍ଚମ ଏବଂ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆଇନ ଶୃଙ୍ଖଳାକୁ ନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ଡିଜିପି। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଲାଗି ୫ ଲୋକସଭା ଏବଂ ଏହା ଅନ୍ତର୍ଗତ ୩୫ ବିଧାନସଭା କ୍ଷେତ୍ରରେ ମୋଟ ୩୩ ହଜାର ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେଥିମଧ୍ୟରୁ ୧୦୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ଅଛନ୍ତି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ।

ଆଇନଶୃଙ୍ଖଳା ଉପରେ ତୀକ୍ଷଣ ଦୃଷ୍ଟି ରଖିବା ସହ ହିଂସା ଉପରେ ଜିରୋ ଟଲେରେନ୍ସ ନୀତି ଅବଲମ୍ବନ କରାଯାଇଥିବା ଡିଜି ସୂଚନା ଦେଇଛନ୍ତି । ୧୧ ଜିଲ୍ଲାର ୯ ହଜାର ୧୬୨ ବୁଥରେ ମତଦାନ ହେବ । ସେଥିମଧ୍ୟରୁ ୫୫୬ଟି ସମ୍ବେଦନଶୀଳ ବୁଥରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ୧୧ ଜିଲ୍ଲାରେ ୬୫୫ ମୋବାଇଲ ପାଟ୍ରୋଲିଂ ପାର୍ଟି କାମ କରୁଛନ୍ତି । ଏହାଛଡା ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ୨୫୭ଟି ଫ୍ଲାଇଁ ସ୍କ୍ୱାଡ ଓ ୨୫୧ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛି । ୧୧ଟି ଜିଲ୍ଲା ସୀମାରେ ଥିବା ୪୮ଟି ଚେକ୍ ପୋଷ୍ଟ କରାଯାଇଛି ।

ଅନ୍ୟପଟେ ଖଲ୍ଲିକୋଟ ରାଜନୈତିକ ହିଂସାକୁ ନଜରରେ ରଖି ପ୍ରେମମିଟ କରାଯାଇଛି। ଗଞ୍ଜାମ ଜିଲା ଖଲ୍ଲିକୋଟ ହତ୍ୟା ଘଟଣାରେ ଗିରଫ ସଂଖ୍ୟା ୧୧କୁ ବୃଦ୍ଧି। ପୂର୍ବରୁ ୯ ଜଣ ଗିରଫ ହୋଇଥିଲେ। ଚଳିତ ମାସ ୧୫ ତାରିଖରେ ପୋଷ୍ଟର ମରାକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟଣାରେ ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହୋଇଥିଲା। ଘଟଣାର ଏବେ ବି ତଦନ୍ତ ଜାରି ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍‌ପି ଜଗମୋହନ ମୀନା।