Rahu

ପୁଣି ଓଡ଼ିଶା ଆସିବେ ରାହୁଲ ଓ ମଲ୍ଲିକାର୍ଜୁନ ଖଡ୍‌ଗେ

Politics State

ଭୁବନେଶ୍ବର: ପୁଣି ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଓଡ଼ିଶା ଆସିବେ । ୩ ଦିନ ଧରି ଓଡିଶାରେ ପ୍ରଚାର କରିବେ କଂଗ୍ରେସ ନେତା । ୨୬, ୨୭ ଓ ୨୮ତାରିଖରେ ନିର୍ବାଚନୀ ପ୍ରଚାର କରିବେ ରାହୁଲ , ଖଡ୍‌ଗେ । ଓଡିଶାର ବାଲେଶ୍ବର ଓ ଭଦ୍ରକର ବିଭିନ୍ନ ସ୍ଥାନରେ ନିର୍ବାଚନୀ ପ୍ରଚାର କରିବେ  । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ସୂଚନା ଥାଉକି, ଏହା ପୂର୍ବରୁ ରାହୁଲ ଗାନ୍ଧୀ ୨ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି ।

ସେହିପରି ନିକଟରେ ବଲାଙ୍ଗୀରରେ ଜନ ଆଶୀର୍ବାଦ ସଭାରେ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ଆଟାକ କରିଥିଲେ ରାହୁଲ। ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ । ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବ ବୋଲି କହିଥିଲେ ରାହୁଲ । ଆମେ ସରକାରକୁ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବୁ ,ସରକାରକୁ ଆସିବା କ୍ଷଣି ଜାତି ଜନଗଣନା ହେବ,ସବୁ ବର୍ଗଙ୍କ ଗଣତି ହେବ । ପ୍ରତି ପରିବାରରେ ଜଣେ ଜଣେ ମହିଳାଙ୍କୁ ଲକ୍ଷପତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ରାହୁଲ ।

ସେହପରି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଗତ ଗୁରୁବାର ଓଡ଼ିଶା ଗସ୍ତ ସମୟରେ ବିଭିନ୍ନ ପ୍ରସଙ୍ଗରେ ବିଜେଡି ଓ ବିଜେପିକୁ କଡ଼ା ସମାଲୋଚନା କରିଥିଲେ । ବିଜେଡି ଓଡ଼ିଶାର ବିକାଶକୁ ଅବହେଳା କରିବା ସହ ଖଣିଜ ସମ୍ପଦର ଅପବ୍ୟବହାର କରୁଛି ଏବଂ ରାଜ୍ୟର ଦୁର୍ଦ୍ଦଶା ପାଇଁ ବିଜେପି ମଧ୍ୟ ସମାନ ଭାବେ ଦାୟୀ ବୋଲି ସେ ଅଭିଯୋଗ କରିଥିଲେ ।