Voting Ink

ରାତି ପାହିଲେ ୨ୟ ପର୍ଯ୍ୟାୟ ଭୋଟିଂ, ବୁଥ୍‌ ମୁହାଁ ପୋଲିଂ ପାର୍ଟି

State

ଭୁବନେଶ୍ୱର : ଇଭିଏମ ପ୍ରସ୍ତୁତ । ଜନତା ସ୍ଥିର କରିଛନ୍ତି କାହାକୁ ଦେବେ ଭୋଟ । ଆସନ୍ତାକାଲି ରାଜ୍ୟର ୯ ଜିଲ୍ଲାରେ ୫ ଲୋକସଭା ଆସନ ଏବଂ ୩୫ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ । ଆସିକା ଓ କନ୍ଧମାଳ ସହ ପଶ୍ଚିମରେ ବଲାଙ୍ଗିର, ବରଗଡ଼ ଓ ସୁନ୍ଦରଗଡ଼ ଲୋକସଭା ଏବଂ ଏହା ଅଧୀନ ବିଧାନସଭା ଆସନରେ ଭୋଟିଂ ହେବ । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ ଭୋଟର ସଂଖ୍ୟା ୭୯ ଲକ୍ଷ ୬୯ ହଜାର ୮୩୭ ।

ପୁରୁଷଙ୍କ ସଂଖ୍ୟା ୪୦ ଲକ୍ଷ ୩୩ ହଜାର ଓ ମହିଳା ଭୋଟରଙ୍କ ସଂଖ୍ୟା ୩୯ ଲକ୍ଷ ୩୫ ହଜାର । ପ୍ରଥମ ଥର ଭୋଟ ଦେଉଥିବା ଭୋଟରଙ୍କ ସଂଖ୍ୟା ରହିଛି ୨ ଲକ୍ଷ ୧୩ ହଜାର ୧୨୯ । ଶତାୟୁ ଭୋଟରଙ୍କ ସଂଖ୍ୟା ୧୮୧୨ । ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ । ପ୍ରାୟ ୮୦ ଲକ୍ଷ ଭୋଟର ୩୦୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ୫ ଲୋକସଭା କ୍ଷେତ୍ରରେ ୪୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସେଥିରୁ ୩୪ ପୁରୁଷ ଓ ୬ ମହିଳା ପ୍ରାର୍ଥୀ।

ସେହିପରି ୩୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ସଂଖ୍ୟା ରହିଛି ୨୬୫ । ସେଥିରୁ ୨୨୪ ପୁରୁଷ ଓ ୪୧ ମହିଳା ପ୍ରାର୍ଥୀ । ୯ ହଜାର ୧୪୮ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି । ମତଦାନର ତିନିଟି ସମୟ ସୀମା ରହିଛି । ୧୬୮୯ ବୁଥରେ ସକାଳ ୭ରୁ ଅପରାହ୍ଣ ୪ଟା, ୯୩୩ ବୁଥରେ ସକାଳ ୭ରୁ ସଂଧ୍ୟା ୫ଟା ଏବଂ ୬ ହଜାର ୫୪୦ ବୁଥରେ ସକାଳ ୭ରୁ ସଂଧ୍ୟା ୬ଟା ଯାଏ ଭୋଟିଂ ହେବ । ପଞ୍ଚମ ପର୍ଯ୍ୟାୟରେ ମୋଟ ୧୧ ହଜାର ୬୧୧ ବାଲାଟ ୟୁନିଟ୍ ଓ ୧୨ ହଜାର ୭୬୨ ଭିଭିପାଟ ବ୍ୟବହାର ହେବ । ୧୭ଟି ନିର୍ବାଚନମଣ୍ଡଳୀରେ ବିଭିନ୍ନ ବୁଥ ପାଇଁ ପୋଲିଂ ପାର୍ଟି ପଠାସରିଛି । ଆଜି ଆଉ ୧୮ଟି ନିର୍ବାଚନମଣ୍ଡଳୀ ପାଇଁ ପ ଠାଯିବ ।