Photo

ବାରିପଦା ସହର ଭିତରେ ଆତଙ୍କ ଖେଳାଇଲା କଲରା ପତରିଆ ବାଘ

State

ଦିର୍ଘ ସମୟ ପରେ ବନବିଭାଗ କଲା କବଜା

ବାରିପଦା: ଆଜି ସକାଳୁ ବାରିପଦା ସହରର ଭଞପୁର ସ୍ତିତ ବୁଢିଖମାରୀ ଠାରେ ଏକ କଲରା ପତରିଆ ବାଘ କୁ ହଠାତ ଲୋକମାନେ ଦେଖିବାପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଯାଇଥିଲା । ସକାଳୁ ସକାଲୁ ବାଘଟି କିପରି ସହର ଭିତରକୁ ପଶି ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଭୟରେ ଉକ୍ତ ଅଞ୍ଚଳରେ ସମସ୍ତଙ୍କ ଘରେ ତାଟି କବାଟ ପଡିଯାଇଥିଲା । ଭୟରେ ଲୋକମାନେ ପଦାକୁ ବାହାରିବା ବନ୍ଦ କରିଦେଇଥିଲେ । ଖାଲି ସେତିକି ନୁହେଁ ଉକ୍ତ ଅଞ୍ଚଳର ରାସ୍ତା ଘାଟ ରେ ଲୋକମାନଙ୍କର ଚଲାଚଳ ସଂପୂନ୍ନ ବନ୍ଦ ହୋଇଯାଇଥିଲା । ପୂର୍ବରୁ କେବେବି ଏହି ପ୍ରକାର ଘଟଣା ବାରିପଦା ସହର ଭିତରେ ଦେଖିବାକୁ ମିଳିନଥିଲା । ଶିମିଳିପାଳ ର ପାଦ ଦେଶରେ ଥିବା ଏହି ସହରରେ ପୂର୍ବରୁ ହାତୀ ଦୁଇ ତିନି ଥର ଆସି ଲୋକମାନଙ୍କ ଭିତରେ ଆତଙ୍କ ଖେଳାଇ ଥିବାବେଳେ ଆଜି ସହର ଭିତରେ ବାଘ ଆସି ଆତଙ୍କ ଖେଳାଇଛି । ବନବିଭାଗର ଅନୁମାନ ଅନୁଯାୟୀ ବାଘଟି ଶିମିଳିପାଳ ରୁ ରାତ୍ରୀରେ ଖାଦ୍ୟ ଅନ୍ୱେଶଣରେ ଆସି ସହର ଭିତରକୁ ପଶିଆସିଛି । ଅଳ୍ପ ଦିନ ପୂର୍ବରୁ ବାରିପଦା ସହରର ନିକଟ ରେ ଥିବା ଶାମାଖୁଣ୍ଟା ଠାରେ ଏକ ବାଘ ଆସି ଲୋକମାନଙ୍କୁ ଭୟଭୀତ କରିଥିଲା । ହୁଏତ ସେହି ବାଘଟି ପୁଣି ଆଜି ମସହର ଭିତରକୁ ପଶିଆସିଛି । ଲୋକମାନେ ଆଜି ସକାଳୁ ବାଘ ଟିକୁ ଦେଖି ବନବିଭାଗ କୁ ଖବର ଦେଇଥିଲେ । ମାତ୍ର ବାଘଟି ହଠାତ କୁଆଡେ ଗାଏବ ହୋଇଯାଇଥିଲା । ଯାହା ଫଳରେ ଲୋକମାନେ ଆହୁରି ଅଧିକ ଭୟଭୀତ ହୋଇଯାଇଥିଲେ । ବନ ବିଭାଗର ଏକ ଟିମ ଆସି ବାଘଟିକୁ ନିକଟସ୍ଥ ଏକ ବିଦ୍ୟାଳୟ ଠାରେ ଠାବ କରିଥିଲା । ବନବିଭାଗ ପକ୍ଷରୁ ଅନେକ ଚେଷ୍ଟା ପରେ ଟ୍ରାଙ୍କୁଲାଇଜର ସହାୟତାରେ ବାଘ ଟିକୁ ଅଚେତ କରିବାପରେ ଜାଲରେ ବାଘଟିକୁ ଉଦ୍ଧାର କରି ପ୍ରଥମେ ଚିକିତ୍ସା କରାଇବାପାଇଁ ନେଇଯାଇଥିଲେ । ପରେ ତାକୁ ଶିମିଳିପାଳ ରେ ଛାଡିଦିଆଯାଇଥିବାର ସୂଚନା ମିଳିଅଛି । ମାତ୍ର ବାଘ ର ଆକ୍ରମଣର କେହି ଶୀକାର ହୋଇନଥିବାର ଜଣାପଡିଅଛି । ଆଜିକାର ଏହି ଘଟଣା ପରେ ସହରବାସୀ ଖୁବ ଆତଙ୍କିତ ହୋଇପଡିଛନ୍ତି । ଏଇ ନିକଟରେ ଏକ ହାତୀ ରାତ୍ରୀରେ ସହର ଭିତରକୁ ପଶି ଆସି ଏମକେସି ହାଇସ୍କୁଲ ଠାରେ ଆଶ୍ରୟ ନେଇଥିଲା ।ସକାଳୁ ବନବିଭାଗ ତାକୁ ଘଉଡାଇ ଜଙ୍ଗଲ ଭିତରକୁ ନେଇଯାଇଥିଲା । ଏହା ପୂର୍ବରୁ ମଧ୍ୟ ହାତୀ ସହର ଭିରକୁ ପଶିଆସି ଜାତୀୟ ରାଜପଥ ନିକଟରେ ଥିବା ଏକ ବିଲରେ କାମ କରୁଥିବା ଜଣେ ଲୋକଙ୍କର ଜୀବନ ନେଇଥିବାବେଳେ ଅନେକ କ୍ଷୟ କ୍ଷତି ମଧ୍ୟ ଘଟାଇଥିଲା । ଖାଲି ସେତିକି ନୁହେଁ ଅନେକ ଥର ହାତୀ କୁ ସହର ସନ୍ନିକଟ ଚିପଟ ଅସ୍ତିଆ ଠାରେ ମଧ୍ୟ ଲୋକମାନେ ଦେଖିବାକୁ ପାଇଛନ୍ତି । ଏହିପରି ଅନେକ ସମୟରେ ଶିମିଳିପାଳ ରୁ ବନ୍ୟଜନ୍ତୁ ସହର ଭିତରକୁ ପସି ଆସୁଥିବାବେଳେ ବନବିଭାଗ କିପରି କୈାଣସି ସୁରାକ ପାଉନାହିଁ ତାହା ଆଲୋଚନାର ବିଷୟବସ୍ତୁ ପାଲଟିଛି ।