Img 20240516 Wa0231

ବାରିପଦାରେ ବିଜେଡି ର ଶକ୍ତି ପ୍ରଦର୍ଶନ

Politics State

ବାରିପଦା: ଆଗାମୀ ସାଧାରଣ ନିର୍ବାଚନ କୁ ଆଖିଆଗରେ ରଖି ଏବଂ ଚାରିକୋଟି ଓଡ଼ିଆ ଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥରପାଇଁ ପୁନର୍ବାର ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ ମୟୁରଭଞ୍ଜ ଜିଲ୍ଲାର ବାରିପଦା ନିର୍ବାଚନ ମଣ୍ଡଳୀସ୍ଥିତ ବାରିପଦା ସହରର କୃଷ୍ଣଚନ୍ଦ୍ରପୁର ଗୋଲାଈ ଠାରୁ ବିଜେଡି ଦଳୀୟ କର୍ମୀମାନଙ୍କ ଏକ ବିଶାଳ ରେଲି ମୟୁରଭଞ୍ଜ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଓ ବାରିପଦା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡି ଙ୍କ ତତ୍ତ୍ୱବଧାନରେ ହଜାର ହଜାର ସଂଖ୍ୟକ ସମର୍ଥକଙ୍କୁ ନେଇ ସହର ପରିକ୍ରମା କରିଥିଲେ l ବିଜେଡି କର୍ମୀମାନେ ଉତ୍ସାହିତ ହୋଇ ନିଜ ପ୍ରିୟ ମୁଖ୍ୟମନ୍ତ୍ରୀ ଓ ଉଭୟ ସାଂସଦ ଏବଂ ବିଧାୟକ ଙ୍କ ଜିନ୍ଦାବାଦ ନାରରେ ସହର ରାସ୍ତା ପ୍ରକମ୍ପିତ ହୋଇଉଠିଥିଲା l ଉକ୍ତ ସଭାଯାତ୍ର କୁ ସଫଳ କରିବାରେ ଅନ୍ୟମାନଙ୍କ ମଧ୍ୟ ରେ ମୟୁରଭଞ୍ଜ ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି ( ନଛି ), ଜିଲ୍ଲା ପରିଷଦ ଅଧକ୍ଷା ଭାରତୀ ହାଁସଦା, ବାରିପଦା ନଗର ପାଳ କୃଷ୍ନାନନ୍ଦ ମହାନ୍ତି, ବାରିପଦା ନିର୍ବାଚନ ମଣ୍ଡଳୀ ସଂଯୋଜକ ପ୍ରଭାତ କୁମାର ନାୟକ, ବରିଷ୍ଠ ନେତା ସୁନୀଲ ଦାଶ,ମହିଳା ସଭାପତି ଦୀପ୍ତିଲତା ମିଶ୍ର,ସୀମା ଦାସ, ନିରୋଜ ସାହୁ, ଯୁବ ସଭାପତି ଅରୁଣ ବରାଡ଼, ଛାତ୍ର ସଭାପତି ସୁନୀଲ କୁମାର ନାୟକ ସମେତ ବହୁ ମାନ୍ୟଗଣ୍ୟ ନେତା ଗଣ ଯୋଗଦେଇଥିଲେ l