Sfd

ଭୁବନେଶ୍ବରରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ବିଜେଡି ଉପରେ ବର୍ଷିଲେ ବରିଷ୍ଠ ନେତା

Politics State

ଭୁବନେଶ୍ବର: ଭୁବନେଶ୍ବରରେ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିଛନ୍ତି ଦଳର ବରିଷ୍ଠ ନେତା ତଥା ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଏଥିରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପ୍ରସଙ୍ଗ ଉଠାଇ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ଜାଣିଶୁଣି ସୁରକ୍ଷା ବ୍ୟବସ୍ଥା ଢ଼ିଲା କରାଯାଇଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ଥିଲା। ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଜବାବ ଦିଅନ୍ତୁ।

ଏଣେ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି,  ଓଡ଼ିଶାରେ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ସମୟ ଆସିଛି। ନେତା ବାଛିବାକୁ ଯାଉଛୁ ନା କ୍ରୀତଦାସ ବାଛିବାକୁ ଯାଉଛୁ।  ବିଜେଡି ପକ୍ଷରୁ ବାରମ୍ବାର ଗୋଟିଏ କଥା କୁହାଯାଉଛି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ନେତା ବିରୋଧ କରୁଛନ୍ତି। ବିଜେପି ସବୁବେଳେ ବିକାଶର ରାଜନୀତି କରିଛି। ବିକାଶମୂଳକ କାମକୁ କେବେ ବିଜେପି ବିରୋଧ କରିନି। କିନ୍ତୁ ବିକାଶମୂଳକ କାମର ତରିକାକୁ ବିଜେପି ବିରୋଧ କରୁଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଡିପିଆର କାହିଁକି ଭୁଲ ହେଲା ଓ ଏହା ବଦଳା ଗଲା କାହିଁକି? ଯେଉଁ ପ୍ରାଚୀନ ମଠ ସବୁ ଭଙ୍ଗା ଗଲା କେବେ ତିଆରି ହେବ। ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ୪୨ ଶହ କୋଟିର ବ୍ୟୟ ସାର୍ବଜନୀନ କରିବାକୁ ସେ ଦାବି କରିଛନ୍ତି।

ଅପରାଜିତା ଆହୁରି କହିଛନ୍ତି, ଗତ ୫ ବର୍ଷ ହେବ ଓଡ଼ିଶାର ଶାସନଭାରକୁ ଜଣେ ହାଇଜାକ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମସ୍ତଙ୍କୁ ଦୂରେଇ ରଖିଛନ୍ତି ସାନବାବୁ। ମୁଖ୍ୟମନ୍ତ୍ରୀଙ୍କ ସହ ଦେଖା କରିବାକୁ ଏ ସାନବାବୁଙ୍କର ଅନୁମତି ଦରକାର ପଡୁଛି। ବିଜେଡି ନିଜ ଇସ୍ତାହାରରେ ୧୦୦ ୟୁୂନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ନ ନେବାକୁ ଘୋଷଣା କରିଛନ୍ତି। ଏକଥା ସମସ୍ତେ ଜାଣି ରଖନ୍ତୁ ଯେ ବିଜେପି ଏକଥା ସମସ୍ତେ ଜାଣି ରଖନ୍ତୁ ଯେ ଆଦୌ ବିଜୁଳି ବିଲ୍ ନେବନି, ବରଂ ସମସ୍ତଙ୍କ ଘର ଉପରେ ସୋଲାର ପ୍ୟାନେଲ ବସାଇବୁ। କାହିଁକି ଓଡ଼ିଶାରେ ବିଦ୍ୟୁତ ଦର ବୃଦ୍ଧି ହେଉଛି? ଓଡ଼ିଶାରେ ୪୨% ଶିକ୍ଷିତ ଯୁବବର୍ଗ ଏବେ ବେକାରୀ ରହିଛନ୍ତି । ଦେଶର ୨୨ ରାଜ୍ୟରେ ହୋଇଥିବା ବେକାରୀ ହାର ସର୍ଭେରେ ଓଡ଼ିଶା ୧ ନମ୍ବର ଅଛି । କିଛି ଏଭଳି ପ୍ରଶ୍ନ ଉଠାଇ ରାଜ୍ୟ ସରକାରଙ୍କୁ ହରଡଘଣାରେ ପକାଇଛନ୍ତି ଅପରାଜିତା ।

ବୈଜୟନ୍ତ ପଣ୍ଡା  କହିଛନ୍ତି, ରାଜ୍ୟରେ ସରକାର ଆଉଟସୋର୍ସ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ କାହିଁକି ଆଉ କାହା ସହ ଦେଖାଯାଉ ନାହାନ୍ତି। କେବଳ ଜଣଙ୍କୁ ତାଙ୍କ ସହ ଦେଖିବାକୁ ମିଳୁଛି। ତାଙ୍କୁ ଏକପ୍ରକାର ବନ୍ଦୀ କରାଯାଇଛି। ନବୀନ ବାବୁଙ୍କୁ ବନ୍ଦୀ ଅବସ୍ଥାରୁ ଉଦ୍ଧାର କରିବା ଦରକାର ପଡ଼ୁଛି। ନବୀନ ବାବୁଙ୍କର ଯେଉଁ ଭିଡିଓ ଆସୁଛି ତାହା ‘ଡିପ୍‌ ଫେକ୍‌’ ଭିଡିଓ। କେହି ଜଣେ ତାଙ୍କୁ ମାଇକ୍ରୋଫୋନ ଧରି କୁହାଉଛି। ଏଆଇ ଜରିଆରେ ଭିଡିଓ ତିଆରି ହୋଇଛି, ତାଙ୍କୁ ଚାଲେଞ୍ଜ ଦିଆଯାଇଛି କୋଉଠି ମଞ୍ଚରେ କିମ୍ଭା ଆପଣଙ୍କ ସାମ୍ନାରେ କହିଲେ ଜଣା ପଡ଼ିଯିବ। ସେ ଯାହା କହୁଛନ୍ତି ସେ ଜାଣୁଛନ୍ତି ତ ? ତାଙ୍କ ମୁହଁରେ କୁହାଯାଇଛି, ନା ତାଙ୍କୁ ଯିଏ ନଚଉଛି ସେ କହୁଛନ୍ତି। ଓଡ଼ିଶାବାସୀ ଜାଣିବା ଦରକାର ? ଓଡ଼ିଆ ବନାମ ସଂସ୍କୃତ ଚିନ୍ତାଧାରା ଓଡ଼ିଆ ନୁହେଁ ଅଣ ଓଡ଼ିଆ ଚିନ୍ତାଧାରା। ଯିଏ ନବୀନ ବାବୁଙ୍କୁ ବନ୍ଦୀ କରି ରଖିଛନ୍ତି ତାଙ୍କ ଚିନ୍ତାଧାରା ଓଡ଼ିଶାବାସୀଙ୍କୁ ଦୁଃଖ ଲାଗୁଥିବ, ନବୀନ ବାବୁଙ୍କୁ ବନ୍ଦୀରୁ ମୁକୁଳେଇବା ଦରକାର।  ୨୦୧୮ ପର୍ଯ୍ୟନ୍ତ ନବୀନ ବାବୁ ଏପରି ନ ଥିଲେ। ନବୀନ ବାବୁ କ୍ୟାପ୍‌ଚର ହେବା ଯୋଗୁଁ ଓଡ଼ିଆ ଅସ୍ମିତା ଏବେ ବିପଦରେ।