Bai

‘ମୁଖ୍ୟମନ୍ତ୍ରୀଙ୍କୁ କଣ୍ଢେଇ ଭଳି ନଚାଉଛନ୍ତି’; ବୈଜୟନ୍ତ ପଣ୍ଡା

Politics State

ଭୁବନେଶ୍ବର: ‘ମୁଖ୍ୟମନ୍ତ୍ରୀଙ୍କୁ କଣ୍ଢେଇ ଭଳି ନଚାଉଛନ୍ତି’, ‘ଏଆଇ ଭିଡିଓ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ଭିଡିଓ ଭିତରେ ଆକାଶ ପାତାଳ ଫରକ’ । ଏଭଳି କିଛି ନିଜର ଏକ୍ସ ଆକାଉଣ୍ଟରେ ରାଜ୍ୟବାସୀଙ୍କ ଆଗରେ ଅପିଲ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ।

ସେ ଲେଖିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପୂର୍ବ ବ୍ୟୁରୋକାଟ ତଥା ବର୍ତ୍ତମାନର ରାଜନେତା..ଯେଭଳି କଣ୍ଢେଇ ଭାବେ ନଚାଉଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ । ଏଆଇ ପ୍ରସ୍ତୁତ ଭିଡିଓ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ଭିଡିଓ ଭିତରେ ଆକାଶ ପାତାଳ ଫରକ । ଜନତା କିମ୍ବା ସାମ୍ବାଦିକ, ଜଣେ ବୟସ୍କଙ୍କ ସହ ଏଭଳି ଅପମାନକୁ ଅଣଦେଖା କରନ୍ତୁନାହିଁ । ଆପଣଙ୍କ ସାମ୍ନାରେ ସିଏମଙ୍କ ଲାଇଭ୍ ଘୋଷଣା ଉପରେ ଜୋର୍ ଦିଅନ୍ତୁ । କିମ୍ବା ରେକର୍ଡିଂ ଉପରେ ଜୋର୍ ଦିଅନ୍ତୁ । ନଚେତ୍ ଏପରି ଏଆଇ ପ୍ରସ୍ତୁତ ବାର୍ତ୍ତା ଉପରେ ଲେବଲ ମାରନ୍ତୁ । କିଏ ତାଙ୍କୁ କ’ଣ କହୁଛି ଓଡିଶାବାସୀଙ୍କ ଜାଣିବାର ଅଧିକାର ଅଛି ।’ କିଛି ଏମିତି କହି ମୁଖ୍ୟମନ୍ତ୍ରୀଙ୍କ ପ୍ରସଙ୍ଗରେ ଦୁଃଖ ପ୍ରକାଶ କରିଛନ୍ତି ବୈଜୟନ୍ତ ପଣ୍ଡା ।