Photo For The News Of Jatiya Seva Sibira

ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ଉଦ୍‌ଯାପିତ

State

ଆଗରପଡ଼ା :ଆଗରପଡ଼ା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଦ୍ୱାରା ଆୟୋଜିତ ତିନି ଦିନିଆ ଶିବିର ସ୍ଥାନୀୟ ବରହମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉଦ୍‌ଯାପିତ ହୋଇଯାଇଛି । ଅଧ୍ୟାପକ ବ୍ରଜମୋହନ ପତି ଶିବିରକୁ ଉଦଘାଟନ କରିଥିଲେ । ଅଧ୍ୟାପକ ପ୍ରଶାନ୍ତ ନାୟକ, ମହେଶ୍ୱର ମଲ୍ଲିକ, ରବିନ୍ଦ୍ର ମୋହନ ପଣ୍ଡା, ମୁଖ୍ୟ ସହାୟକ ଅଶୋକ ସାହୁ, ଏନସିସି ମୁଖ୍ୟ ଜଗନ୍ନାଥ ଦାସ ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ମତ ରଖିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ବକୃତା ପ୍ରଦାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଅତିଥିମାନଙ୍କ ଦ୍ୱାରା ସ୍ୱେଚ୍ଛାସେବୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଅଧୂକାରୀ ପ୍ରକାଶ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।