Pandian

ପାଣ୍ଡିଆନଙ୍କ ଘୋଷଣା : ଜୁନ ୯ରୁ ପ୍ରତି ଘରକୁ ମାଗଣା ବିଜୁଳି

State

ଭୁବନେଶ୍ୱର,୧୧।୫: ସୁନ୍ଦରଗଡ଼ର ରଘୁନାଥପାଲ୍ଲୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଜୋରଦାର ପ୍ରଚାର କରିଛନ୍ତି । ଜନସଭାରେ ଯୋଗ ଦେଇ ବିକାଶମୂଳକ କାମର ହିସାବ ଦେବା ସହ ବିରୋଧୀ ଭାଜପାକୁ ତୁହାକୁ ତୁହା ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି ପାଣ୍ଡିଆନ ।

ରଘୁନାଥପାଲ୍ଲୀରେ ଶନିବାର ପ୍ରଚାର କରି ସେ କହିଛନ୍ତି, ୨୦୧୪ରେ ଭାଜପା ୨ କୋଟି ଚାକିରି ଦେବାକୁ କହିଥିଲା, ୧୦ ବର୍ଷରେ ଓଡ଼ିଶାବାସୀ ୮୦ ଲକ୍ଷ ଲୋକ ଚାକିରି ପାଇବା କଥା । କିନ୍ତୁ କ୍ଷମତାକୁ ଆସିଲେ ଭାଜପା ସବୁ କିଛି ଭୁଲିଯାଏ । ଦରଦାମ ହ୍ରାସ କରିବାକୁ କହି କ୍ଷମତାକୁ ଆସିଥିଲା ଭାଜପା । କିନ୍ତୁ ସରକାରକୁ ଆସିବା ପରେ ହୁ ହୁ ହୋଇ ଦର ବଢୁଛି । ନବୀନ ସରକାର ଦର ହ୍ରାସ ପାଇଁ ସବୁପ୍ରକାର ଉଦ୍ୟମ କରୁଛନ୍ତି । ନବୀନ ବାବୁ ମାଗଣା ବିଜୁଳି ଦେବାକୁ ଘୋଷଣା କରିବା ପରେ ବିରୋଧୀଙ୍କୁ କରେଣ୍ଟ ଲାଗୁଛି । ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଶପଥଗ୍ରହଣର ସଂଧ୍ୟାରେ ନିର୍ବାଚନୀ ଇସ୍ତାହାରକୁ କ୍ୟାବିନେଟରେ ଅନୁମୋଦନ ଦିଆଯିବ । ଏବଂ ଜୁନ ୯ରୁ ମାଗଣା ବିଜୁଳି ପ୍ରତି ଘରକୁ ଘର ମିଳିବ ବୋଲି ପାଣ୍ଡିଆନ ବଡ଼ ଘୋଷଣା କରିଛନ୍ତି।