Ch

ଛତିଶଗଡ଼ରେ ପୁଣି ବଡ଼ ନକ୍ସଲ ଏନକାଉଣ୍ଟର, ୮ ହାର୍ଡକୋର ମାଓବାଦୀ ନିପାତ

State

ଛତିଶଗଡ଼ରେ ପୁଣି ବଡ଼ଧରଣର ନକ୍ସଲ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ହାର୍ଡକୋର ମାଓବାଦୀ ନିପାତ । ଗଙ୍ଗଲୁର ଥାନା ଅନ୍ତର୍ଗତ ପିଡ଼ିଆ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିଥିଲା। ସୂଚନା ଆଧାରରେ ବିଜାପୁର ଜିଲ୍ଲା ପୋଲିସ ଏବଂ CRPFର କୋବ୍ରା ଯବାନ ସର୍ଚ୍ଚ ଅପରେସନ ଆଗମ୍ଫ କରିଥିଲେ। ଏଥିରେ ସୁକମା ଓ ଦାନ୍ତେୱାଡା ପୋଲିସ ମଧ୍ୟ ସାମିଲ ହୋଇଥିଲେ। ସୁରକ୍ଷା ବାହିନୀ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ ମାଓବାଦୀ। ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା ବାହିନୀ। ପୋଲିସ ଏନକାଉଣ୍ଟରରେ ୮ହାର୍ଡ କୋର ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି। ସର୍ଚ୍ଚ ଅପରେସନ ହେବା ପରେ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି।