3r

ଅକ୍ଷିମୁଠି ଅନୁକୂଳ କଲେ ଧର୍ମେନ୍ଦ୍ର ଓ ପ୍ରଣବ

State

ସମ୍ବଲପୁର : ଅକ୍ଷୟ ତୃତୀୟାରେ ନେତାଙ୍କ ଅକ୍ଷିମୁଠି ଅନୁକୂଳ ।  ଜମିରେ ହଳ ଧରିଲେ ନେତା । ସମ୍ବଲପୁର ରେଙ୍ଗାଳୀ ବ୍ଲରେ ଅକ୍ଷିମୁଠି ଅନୁକୂଳ କରିଛନ୍ତି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଶତାଧିକ ଲୋକଙ୍କ ଗହଣରେ ପବିତ୍ର ଅକ୍ଷିମୁଠି ଅନୁକୂଳ କରିଛନ୍ତି ପ୍ରଣବ ପ୍ରକାଶ । ଚାଷଜମିରେ ପୂଜାର୍ଚ୍ଚନା କରି ଅକ୍ଷିମୁଠି ଅନୁକୂଳ କରିବା ସହିତ ଚାଷୀଭାଇଙ୍କ କ୍ଷେତ ଶସ୍ୟ ଶ୍ୟାମଳା ହୋଇ ପୁରି ଉଠୁ ବୋଲି ପ୍ରଭୁ ଜଗନ୍ନାଥ, ମା ସମଲେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଚାଷୀଙ୍କ ଉନ୍ନତି ନେଇ ମଙ୍ଗଳକାମନା କରିଥିଲେ ପ୍ରଣବ। ଏହି ଅବସରରେ ଉପସ୍ଥିତ ଚାଷୀଭାଇମାନଙ୍କୁ ସମ୍ବୋଧନ କରିଥିଲେ ପ୍ରଣବ ପ୍ରକାଶ । ସେ କହିଥିଲେ, ଚାଷୀମାନେ ଲୋକଙ୍କୁ ଆହାର ଯୋଗାଉଛନ୍ତି। ଭଲ ବର୍ଷା ହେଉ, ଭଲ ଫସଲ ହେବା ଲାଗି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସେ କାମନା କରିଥିଲେ । ଚାଷୀଙ୍କ ଉପକାର ଲାଗି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଯୋଜନା କରିଛନ୍ତି।

ସେହିପରି ଧର୍ମେନ୍ଦ୍ର ପ୍ରଧାନ ଅକ୍ଷିମୁଠି ଅନୁକୂଳ କରିଛନ୍ତି। ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରି ହୀରାକୁଦ ନିକଟସ୍ଥ ସାପଲହରା ଗାଁରେ ଆଖିମୁଠି ଅନୁକୂଳ କରିଛନ୍ତି । ଧୋତି ପିନ୍ଧି ପାରମ୍ପରିକ ପାଗ ଭିଡି ପୂଜାର୍ଚ୍ଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ହଳ କରି ଜମିରେ ଧାନ ବୁଣି ଅଖିମୁଠି ଅନୁକୂଳ କରି ଆଜିର ଦିନର ମାହାତ୍ମ ଉପରେ କହିଛନ୍ତି । ଏହା ସହ ଏହି ଅବସରରେ ଓଡିଆ ଜାତିକୁ ଅଭିନନ୍ଦନ ଜଣାଇଛନ୍ତି ।