Rai

ନାମାଙ୍କନର ପ୍ରଥମ ଦିନରେ ଆଜି ତିନି ଜଣ ପ୍ରାର୍ଥୀ ଙ୍କ ଦ୍ୱାରା ନାମାଙ୍କନ ପତ୍ର ଦାଖଲ

State

ବାରିପଦା : ଏକ କାଳୀନ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ୭ ମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୟୁରଭଞ୍ଜ ଜିଲ୍ଲା ରେ ଆଜି ନାମାଙ୍କନ ପତ୍ର ଦାଖଲ ପ୍ରଥମ ଦିବସ ରେ ଯଶିପୁର ବିଧାନସଭା ଆସନ ପାଇଁ ମଇନା ବେଶ୍ରା, (Maina Beshra ) ସାରସକଣା ବିଧାନସଭା ଆସନ ପାଇଁ ଚେକର ମାହାଳି (Chekar Mahali ) ଓ ରାଇରଙ୍ଗପୁର ବିଧାନସଭା ଆସନ ପାଇଁ ସାଲଖୁ ଲେମ୍ଭା ମାଝୀ (Salkhu Lembha Majhi )ସେମାନଙ୍କ ରିଟର୍ଣ୍ଣିଙ୍ଗ ଅଫିସର ଯଥାକ୍ରମେ କରଞ୍ଜିଆ ଉପଜିଲ୍ଲାପାଳ ଶ୍ରୀ ପ୍ରେମାଂଶୁ ଚାନ୍ଦ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲପାଳ ଶ୍ରୀ ଦୌଲତ ଚନ୍ଦ୍ରକାର ଓ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି |

ପ୍ରକାଶ ଥାଉକି ମୟୁରଭଞ୍ଜ ଜିଲ୍ଲାର ଲୋକସଭା ଆସନ ଓ ଅନ୍ୟ ୫ ଗୋଟି ବିଧାନସଭା ଆସନ ପାଇଁ ଆଜି କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନାହାନ୍ତି |