Ratha Katha 1

ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ

Religion and Cult State

ପୁରୀ : ଆଜି ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ । ଆସିକା ବନଖଣ୍ଡ ରୁ ଏହି କାଠ ଆସି ପହଞ୍ଚିଥିବା ରଥ ତତ୍ତ୍ୱାବଧାରକ ସୂଚନା ଦେଇଛନ୍ତି । ସମୁଦାୟ ୧୪ଗୋଟି ଫାଶୀ କାଠ ଆସିକା ବନଖଣ୍ଡରୁ ରଥଖଳାରେ ଆସି ପହଞ୍ଚିଛି । ରଥ ପାଇଁ ୫୦ଟି ଫାଶୀ କାଠର ଆବଶ୍ୟକତା ଥିବା ବେଳେ ପର୍ଯ୍ୟାୟ କ୍ରମେ ଆଉ କାଠ ଆସି ପହଞ୍ଚିବ । ୬ଫୁଟ ଗୋଲେଇ ବିଶିଷ୍ଟ ଏହି ଫାଶୀ କାଠରେ ରଥର ତୁମ୍ଭ ନିର୍ମାଣ କରାଯିବ । କରତ କଳକୁ ଯାଇଥିବା ଫାଶୀ କାଠରେ ରଥର ଅର ଓ ପହି ନିର୍ମାଣ କରାଯିବ ବୋଲି ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ କହିଛନ୍ତି । ଚଳିତ ମାସ ୧୦ତାରିଖ ଅକ୍ଷୟତୃତୀୟାରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କରାଯିବ l