Screenshot 2024 04 29 112158 750x430 1

ଓଲଟିଲା ବରଯାତ୍ରୀ ବସ୍, ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ

State

ଜଗତସିଂହପୁର: ବାଲିକୁଦା ଅଞ୍ଚଳ ତିହୁଡି ନହରଣା ମୁଖ୍ୟରାସ୍ତାରେ ଓଲଟିଲା ବରଯାତ୍ରୀ ବସ୍। ଦୁର୍ଘଟଣାରେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି। ସମସ୍ତ ଆହତଙ୍କୁ ସ୍ଥାନୀୟ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବାବାମଣି ନାମକ ଏକ ବସ୍ ବରଯାତ୍ରୀଙ୍କୁ ଧରି ବାଲିକୁଦାରୁ ଧନୁହରବେଲାରୀ ଫେରୁଥିଲା। ତିହୁଡି ନହରଣା ମୁଖ୍ୟରାସ୍ତାରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୪୦ରୁ ଅଧିକ ବରଯାତ୍ରୀ ଆହତ ହୋଇଛନ୍ତି।

ଆହତ ମାନଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା। ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନଥିବା ବେଳେ ଯାତ୍ରୀମାୱେ ଦାବି କରିଛନ୍ତି ଯେ ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିଲା। ତେବେ ଘଟଣାସ୍ଥଳରେ ବାଲିକୁଦା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।