2 184 1714283845180

ନିର୍ବାଚନ ବେଳେ ପଦ ଛାଡ଼ିଲେ ଦିଲ୍ଲୀ ପ୍ରଦେଶ କଂଗ୍ରେସ ସଭାପତି ଅରବିନ୍ଦର ସିଂହ ଲବଲୀ

National & International

ନୂଆଦିଲ୍ଲୀ: ୨୦୨୪ ମହାସଂଗ୍ରାମ ମଧ୍ୟରେ ଦିଲ୍ଲୀ କଂଗ୍ରେସକୁ ଝଟକା । ଲୋକସଭା ନିର୍ବାଚନ ଜାରି ରହିଥିବା ବେଳେ ପଦ ଛାଡ଼ିଲେ ଦିଲ୍ଲୀ ପ୍ରଦେଶ କଂଗ୍ରେସ ସଭାପତି ଅରବିନ୍ଦର ସିଂହ ଲବଲୀ । ସେ ନିଜ ପଦରୁ ଇସ୍ତଫା ଦେଇ କଂଗ୍ରେସ ଅଧ୍ୟକ୍ଷଙ୍କୁ ପଠାଇ ଦେଇଛନ୍ତି । ଦିଲ୍ଲୀ କଂଗ୍ରେସ ପ୍ରଭାରୀ ଦୀପକ ବାବରିଆଙ୍କ ସହିତ ମତାନ୍ତର ପରେ ଦଳ ଛାଡ଼ିଥିବା କୁହାଯାଉଛି ।

ବିଶେଷ ସୂତ୍ରକୁ ସୂଚନା ମିଳିଛି, ଦୀପକ ବାବରିଆଙ୍କ ନିର୍ବାଚନୀ ତରିକାକୁ ନେଇ ଦିଲ୍ଲୀ କଂଗ୍ରେସ ନେତା ଆପତ୍ତି ଉଠାଇଛନ୍ତି । ଅରବିନ୍ଦର ସିଂହଙ୍କ କହିବା ଅନୁଯାୟୀ, ବାବରିଆଙ୍କୁ ବିରୋଧ କରୁଥିବା ନେତାଙ୍କୁ ବାହାର କରିବାକୁ ଚାପ ପଡ଼ୁଥିଲା, ତେଣୁ ସେ କଂଗ୍ରେସରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ଲଭଲୀ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, କଂଗ୍ରେସ ଦଳ ଭିତରେ ସେ ନିଜକୁ ଏକୁଟିଆ ମନେକରୁଛନ୍ତି । ତାଙ୍କ ଉପରେ ନେତାମାନଙ୍କୁ ଦଳ ଛାଡ଼ିବାକୁ ଚାପ ପଡ଼ୁଛି । ସେ କହିଛନ୍ତି, ଯେବେବେଳେ ତାଙ୍କୁ ଦିଲ୍ଲୀ ମୁଖ୍ୟ ଭାବେ ନିଯୁକ୍ତି କରାଗଲା, ସେବେ ଠାରୁ କୌଣସି ବରିଷ୍ଠଙ୍କୁ ନିଯୁକ୍ତି କରୁବାକୁ ଅନୁମତି ନାହିଁ । ସେ ଦିଲ୍ଲୀ ପାଇଁ ଜଣଙ୍କୁ ମିଡିଆ ପ୍ରଭାରୀ ଭାବେ ନିଯୁକ୍ତି କରିବାକୁ ଦଳକୁ ଅନୁରୋଧ କରିଥିଲେ, ହେଲେ ଦିଲ୍ଲୀ ପ୍ରଭାରୀ ଏହାକୁ ଖାରଜ କରିଦେଇଥିଲେ । ଦୀପକ ବାବରିଆ ନିର୍ବାଚନ ବେଳେ ବ୍ଲକ୍ ପ୍ରଭାରୀ ନିଯୁକ୍ତି କରୁବାକୁ ଅନୁମତି ଦେଉନାହାନ୍ତି । ଯେଇଁଥି ପାଇଁ କେନ୍ଦ୍ର ଶାସିତ ଅଞ୍ଚଳର ୧୫୦ରୁ ଅଧିକ ବ୍ଲକରେ ପ୍ରଭାରୀ ନିଯୁକ୍ତି ହେଇପାରୁନାହିଁ । ତେଣୁ ସେ ବାଧ୍ୟ ହୋଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।