Gmpncbsbuaangzz

ସତ୍ୟଭାମାପୁରରେ ମଧୁବାବୁଙ୍କ ଜନ୍ମପୀଠ ବୁଲି ଦେଖିଲେ ରାହୁଲ ଗାନ୍ଧୀ

Politics State

ଭୁବନେଶ୍ବର:  ଓଡିଶାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ ରାହୁଲ। ଏଠାରୁ ସିଧାସଳଖ ଉତ୍କଳ ଗୌରବ ମଧସୁଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର ଯାଇଥିଲେ । ଏକ ସ୍ବତନ୍ତ୍ର ହେଲିକାପ୍ଟର ଯୋଗେ ସତ୍ୟଭାମାପୁରରେ ପହଞ୍ଚିବା ପରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ରାହୁଲ । ମାଲ୍ୟାର୍ପଣ ପରେ ମଧୁବାବୁଙ୍କ ଜନ୍ମପୀଠ ବୁଲି ଦେଖିଛନ୍ତି ।