Img 20240424 Wa0236

ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ଧୀରବଶା ସମ୍ମାନିତ

State

ବାରିପଦା: ଓଡିଶା ନାଟ୍ୟ ଜଗତର ଅନ୍ୟତମ ଚର୍ଚ୍ଚିତ ଚେହେରା ଧୀର ବଶା I ୧୯୭୦ ମସିହାରୁ ନାଟକ ସହିତ ଜଡିତ ହୋଇ ସେ ଆଉ ପଛକୁ ଫେରିନାହାନ୍ତି I ୧୯୭୨ ମସିହା ଠାରୁ ଗୁରୁ ସ୍ବର୍ଗତ ବିଜୟ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୁଇ ବର୍ଷ ନାଟକ କରି ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଏ ପର୍ଯ୍ୟନ୍ତ ନାଟକ ସହିତ ଜଡିତ ଅଛନ୍ତି I ନିକଟ ଅତିତରେ ନାଲକୋ ଦାମନଯୋଡି ପଞ୍ଚପଟ୍ଟାମାଳୀ ନାଟ୍ୟ ମହୋତ୍ସବରେ ବିଚାରକ ଭାବେ ଯୋଗ ଦେବା ଅବସରରେ ତାଙ୍କୁ ସମ୍ମାନିତ କରାଯାଇଛି I ଖବର ପାଇ ବିଭିନ୍ନ ମହାଲରୁ ତାଙ୍କୁ ଅଭିନନ୍ଦନ ମିଳିଛି I ପ୍ରକାଶ ଥାଉକି ଶ୍ରୀଯୁକ୍ତ ବଶା ୧୦୦ ରୁ ଅଧିକ ନାଟକରେ ଅଭିନୟ କରିବା ସହ ୧୫୦ ରୁ ଉର୍ଦ୍ଧ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି I ଭୁବନେଶ୍ୱର ଦୂରଦର୍ଶନ ଓ କଟକ ଆକାଶବାଣୀର ସେ ଜଣେ ସ୍ୱୀକୃତି ପ୍ରାପ୍ତ କଳାକାର I ଶ୍ରେଷ୍ଠ ଅଭିନେତା ଓ ନିର୍ଦ୍ଦେଶକ ଭାବେ ସେ ବହୁବାର ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପୁରସ୍କୃତ ହୋଇଛନ୍ତି I ୨୦୦୦ ମସିହାରେ ଓମ ନାଟ୍ୟସଂସ୍ଥା ଗଠନ କରି ଏଯାବତ ବହୁ ଯୁବ କଳାକାରଙ୍କୁ ନେଇ ନାଟକ କରିଆସୁଛନ୍ତି I ୨୦୧୫ ମସିହାରେ ଓଡିଶା ସରକାର ତାଙ୍କୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ ଓ ୨୦୧୮ ମସିହାରେ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଭୂମିପୁତ୍ର ସମ୍ମାନରେ ସମ୍ମାନିତ କରିଥିଲେ I