Image 1713702215

ଅଟୋ-ଟ୍ରକ ମୁଁହାମୁଁହି ଧକ୍କା: ୩ ମୃତ, ୫ ଆହତ

State

ନବରଙ୍ଗପୁର: ରାଇଘର ଥାନା ଜୋଡେଙ୍ଗା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅଟୋକୁ ସାମ୍ନା ପଟୁ ପିଟିଲା ଟ୍ରକ। ଘଟଣାସ୍ଥଳରେ ୩ ମୃତ ୫ ଆହତ ହୋଇଥିବା ସୂଚନା ରହିଛି। ଆଜି ଅପରାହ୍ନ ୪ଟା ସମୟରେ ଏକ ଅଟୋରେ ୧୦ ଜଣ ଯାତ୍ରୀ ଏକ ନିର୍ବୀଚନ ସଭାକୁ ଯୋଗଦେବାକୁ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ ଏକ ଟ୍ରକ ରାଇଘରରୁ ଛତିଶଗଡ଼ ପଟକୁ ଯାଉଥିଲା। ଏହି ସମୟରେ ଅଟୋ ବୋରେଇ ଗ୍ରାମରୁ କିଛି ଲୋକ ରାଇଘର ନିକଟସ୍ଥ ଧୋଡ୍ରା ପାରାକୁ ଯାଉଥିଲେ। ଠିକ୍‌ ଏହି ସମୟରେ ଯୋଡ଼ିଙ୍ଗା ନିକଟରେ ଅଟକୁ ସାମ୍ନା ପଟୁ ଧକ୍କା ଦେଇଥିଲା ଟ୍ରକ। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଦୁଇ ମହିଳା ଓ ଜଣେ ପୁରୁଷ ରହିଛନ୍ତି ।

ଜଣେ ଦୁଇବର୍ଷର ଶିଶୁ ସହ ୫ ଜଣ ଗୁରୁତର ଅଛନ୍ତି । ମୃତକ ମାନଙ୍କୁ ଯୋଡିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର ରେ ରଖାଯାଇଛି । ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି । ଘଟଣାସ୍ଥଳରେ ରାଇଘର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ସ୍ଥଳରେ ଉମରକୋଟର ପୂର୍ବତନ ବିଜେଡି ବିଧାୟକ ସୁବାସ ଗଣ୍ଡ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥିଲେ ।