Img 20240417 Wa0322

ବଳାଙ୍ଗୀ ମହୋତ୍ସବର ଚତୁର୍ଥ ସଂନ୍ଧ୍ୟା, ଝୁମର ନୃତ୍ୟରେ ଝୁମିଲେ ଦର୍ଶକ

Religion and Cult

ବାରିପଦା: ବାରିପଦା ଠାରେ ଆରମ୍ଭ ହୋଇଥିବା ମୟୁରଭଞ୍ଜର ମହାନ ଗଣପର୍ବ ବଳାଙ୍ଗୀ ମହୋତ୍ସବର ଆଜି ଚତୁର୍ଥ ସନ୍ଧ୍ୟାରେ ବଳାଙ୍ଗୀ ଟେଲେଣ୍ଟ ହଣ୍ଟ ନୃତ୍ୟ ପ୍ରତିଯୋଗିତାର ଗ୍ରୁପ ବିଭାଗର ଫାଇନାଲ ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି | ଅଡିସନ ରାଉଣ୍ଡ ରେ ଉତୀର୍ଣ୍ଣ ପ୍ରତିଯୋଗୀ ମାନେ ଫାଇନାଲ ରାଉଣ୍ଡ ରେ ନୃତ୍ୟ ପ୍ରଦର୍ଶନ କରିଥିବା ବେଳେ, ବିଚାରକ ଭାବରେ ଭୁବନେଶ୍ୱରରୁ ବିଶିଷ୍ଟ କରିଓ ଗ୍ରାଫର ମାଷ୍ଟର ସିମନ ଏବଂ ମୁମ୍ବାଇରୁ କରିଓଗ୍ରାଫର ମାଷ୍ଟର ଅଜିତ ଯୋଗଦେଇ ପିଲା ମାନଙ୍କୁ ଦିଗଦର୍ଶନ ଦେଇଥିଲେ | ଆଜିର ସନ୍ଧ୍ୟାରେ ଅତିଥି ଭାବରେ ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା | କୈଳାସ ଚନ୍ଦ୍ର ମହାନ୍ତି, ସମାଜସେବୀ ଦୁର୍ଗା ପ୍ରସାଦ ମୋଦୀ ଯୋଗ ଦେଇଥିବା ବେଳେ, କମିଟି ତରଫରୁ ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ, ଅଧ୍ୟକ୍ଷ ଅରବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ | ଏହି ଅବସରରେ ସୀମାନ୍ତ ଯୁବ ସମିତି ଝାରପୋଖରୀଆ, ସାମ୍ବାଦିକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଡା କୈଳାସ ଚନ୍ଦ୍ର ମହାନ୍ତି, ବିଷ୍ଣୁ ଚରଣ ନାଏକ, ଦୁର୍ଗା ପ୍ରସାଦ ମୋଦୀ, ବଳାଙ୍ଗୀ ଟେଲେଣ୍ଟ ହଣ୍ଟର ବିଚାରକ ସିମନ ଜେନା ଏବଂ ଅଜିତ ମୁଖିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ପରେ ପରେ ମୟୁରଭଞ୍ଜ ର ପ୍ରସିଦ୍ଧ ଲୋକନୃତ୍ୟ ଝୁମର ନୃତ୍ୟ ସହ ଅନ୍ୟାନ୍ୟ ନୃତ୍ୟ ପରିବେଷିତ ହୋଇଥିଲା | ମହୋତ୍ସବ କମିଟିର ସାଂସ୍କୃତିକ ସଚିବ ବଳରାମ ବେହେରା, କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ, ଉପଦେଷ୍ଟା ନରେନ୍ଦ୍ର ମୋହନ ସେନାପତି, ବଳାଙ୍ଗୀ ସେନାର ଅଧ୍ୟକ୍ଷ କୁମରେଶ ନାୟକ, ସମ୍ପାଦକ ମିଥୁନ ବାରିକ, ପଦ୍ମନାଭ ମହାପାତ୍ର, କିଶୋର ମହାନ୍ତି, ଦିଲ୍ଲୀପ ପାତ୍ର ପ୍ରମୁଖ ଯୋଗଦେଇ କଳାକାର ମାନଙ୍କୁ ସମ୍ମାନିତ କରିଥିଲେ |