Img 20240413 Wa0000

ବିଜେଡି ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ଙ୍କୁ ବିଜେଡି ତରଫରୁ ଭବ୍ୟ ସମ୍ବର୍ଦ୍ଧନା

Politics State

ବାରିପଦା : ନିର୍ବାଚନ ଉଷ୍ମତା ତାତି ଦିନକୁ ଦିନ ବୃଦ୍ଧି ପାଉଛି ।ଆଜି ଅପରାହ୍ନରେ ରାଇରଙ୍ଗପୁର ବ୍ଳକ ଅନ୍ତର୍ଗତ ଗୋରୁମହିଷାଣୀରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁଙ୍କୁ ବ୍ଳକ ବିଜେଡି ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।ପ୍ରାରମ୍ଭରେ ବିଧାୟକ ପ୍ରାର୍ଥୀଙ୍କୁ ଦଳୀୟ କର୍ମୀ ବୃନ୍ଦ ଦୁର୍ଗା ମଣ୍ଡପ ଛକରୁ ଆଦିବାସୀ ନୃତ୍ୟ ଓ ମାଦଲରେ ତାଳେ ତାଳେ ଗୋରୁମହିଷାଣୀ ବଜାର ପରିକ୍ରମା କରାଇବା ସହ ସ୍ଥାନୀୟ ଗାୟତ୍ରୀ ମନ୍ଦିର ପର୍ଯ୍ୟନ୍ତ ଦଳୀୟ କର୍ମୀମାନେ ପାଛୋଟି ନେଇଥିଲେ । ସେଠାରେ ସେ ମା’ ଗାୟତ୍ରୀଙ୍କ ପୂଜାର୍ଚ୍ଚନା ପରେ ଆଶୀର୍ବାଦ ନେବା ସହ ସ୍ଥାନୀୟ ଗୋରୁମହିଷାଣୀ ପଡିଆ ସଭା ମଣ୍ଡପ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ସେଠାରେ ସଭାରେ ମୟୂରଭଞ୍ଜ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ଶ୍ରୀ ନୀନା ଦାସ ମଂଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ,ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ,ଜିଲ୍ଲା ଯୁବ ବିଜେଡ଼ି ସଭାପତି ଅଭିଷେକ ପଟ୍ଟନାୟକ, ମହିଳା ସଭାନେତ୍ରୀ ତନୁଜା ମହାନ୍ତ,ଛାତ୍ର ବିଜେଡ ସଂପାଦକ ବିକାଶ ମହାନ୍ତ, ରାଇରଙ୍ଗପୁର ପୌର ଉପାଧ୍ଯକ୍ଷା ମମିତା ଚୌଧୁରୀ,ପୂର୍ବତନ ବିଧାୟକ ସାହିବା ସୁଶିଲ ହାଁସଦାଃ,ଜିଲ୍ଲା ପରିଷଦ ସଦସ୍ୟ ସଚିଦାନନ୍ଦ ମହାନ୍ତ,ଜିଲ୍ଲା ପରିଷଦ ସଦସ୍ୟା ଲିପିକା ମଣ୍ଡଳ, ଜିଲ୍ଲା ବିଜେଡ଼ି ଉପସଭାପତି ସୁବାଷ ମଣ୍ଡଳ, ସରକାରୀ ଏପିପି ପଙ୍କଜ ଦାସ, ପ୍ରାକ୍ତନ ବିଜୁ ସେତୁ ଉପଦେଷ୍ଟା ରତିକାନ୍ତ ପରୀକ୍ଷା,ପ୍ରାକ୍ତନ ବିଜୁ ଶକ୍ତି ଉପଦେଷ୍ଟା ଦିପ୍ତୀମାନ ବଳ,ଶ୍ରମିକ ନେତା ସୁରେଶ ସୋରେନ , ନିରଞ୍ଜନ ଗିରିଙ୍କ ସମେତ ବହୁ ନେତୃବୃନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ବିଭିନ୍ନ ଜନ କଲ୍ୟାଣ ଯୋଜନା ଉପରେ ଆଲୋକପାତ କରିଥିଲେ ।

ଆସନ୍ତା ସାଧାରଣ ନିର୍ବାଚନରେ ଷଷ୍ଠ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ହେଲେ ସମସ୍ତ ଦଳୀୟ କର୍ମୀ,ମହିଳା,ଯୁବ, ଛାତ୍ର ଏକାଠି ହୋଇ କାମ କଲେ ନିଶ୍ଚିତ ବିଜୟ ହେବ ବୋଲି କହିଥିଲେ ।କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ବହୁସଂଖ୍ୟାରେ ଯୁବ, ଛାତ୍ର,ମହିଳା,ଶୁଭେଛୁ ଯୋଗ ଦେଇଥିଲେ ।ସମସ୍ତେ ମିଳିମିଶି ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଏବଂ ବିଧାୟକ ପ୍ରାର୍ଥୀ ରାଇସେ‌ମୁର୍ମୁ ଦୁଇ ଜଣଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ।ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ କହିଥିଲେ ସେ ଗୋରୁମହିଷାଣୀ ମାଟିର ସନ୍ତାନ । ଲୋକଙ୍କ ସେବା ପାଇଁ,ଗରୀବ ମୁହଁରେ ହସଦେଖିବା ପାଇଁ,ଯୁବକଙ୍କ ପାଇଁ କର୍ମ ସଂସ୍ଥାନ ବ୍ୟବସ୍ଥା ସହ ସମଗ୍ର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସେ ଚାକିରୀ ଛାଡ଼ି ରାଜନୀତିରେ ପାଦ ଦେଇଛନ୍ତି । ତେଣୁ ସେ ଗୋରୁମହିଷାଣୀ ସମେତ ରାଇରଙ୍ଗପୁର ବ୍ଳକର‌ ସମସ୍ତ ଭୋଟର ଭାଇଭଉଣୀମାନଙ୍କ ସହଯୋଗ ଓ ଆଶୀର୍ବାଦ କାମନା କରିଛନ୍ତି ।ସମ୍ବର୍ଦ୍ଧନା ଉତ୍ସବ ଶାନ୍ତି ଶୃଙ୍ଖଳାର ସମ୍ପନ୍ନ ହୋଇଥିବାରୁ ସମସ୍ତଙ୍କୁ ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ ଲୌହଖଣି ଶ୍ରମିକ ନେତା ନୀନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।