Lootera 1713010233

ଲୁଟ୍ ଉଦ୍ୟମ ବେଳେ ପହଞ୍ଚିଗଲା ପୁଲିସ୍, ଜଣେ ନାବାଳକଙ୍କ ସମେତ ୧୧ ଗିରଫ

State

କେନ୍ଦୁଝର : କେନ୍ଦୁଝର ପୁଲିସ୍ ହାତରେ ଧରାପଡ଼ିଛନ୍ତି ୧୧ ଜଣ ଲୁଟେରା। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି। ସେମାନଙ୍କଠାରୁ ୨୫୦୦ ଟଙ୍କା, ଲୁହା ରଡ୍, ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି।
ଗତ କିଛି ଦିନ ହେଲା ଏହି ଲୁଟେରା ଦଳ ଝୁମ୍ପୁରା ଥାନା ଅଞ୍ଚଳର ବିଭିନ୍ନ ରାସ୍ତାରେ ଯା’ ଆସ କରୁଥିବା ଗାଡ଼ିଗୁଡ଼ିକୁ ଅଟକାଇ ଲୁଟ୍ କରୁଥିଲେ। ଏପରିକି କେହି ଗାଡ଼ି ନ ଅଟକାଇଲେ ସେମାନେ ଆକ୍ରମଣ କରୁଥିଲେ।
ଗତକାଲି ରାତିରେ ସେମାନେ ଝୁମ୍ପୁରା ଥାନା କଟଲପଷି-ଧାତିକା ରାସ୍ତାରେ ଟ୍ରକ ଏବଂ ଅନ୍ୟାନ୍ୟ ଗାଡ଼ି ଚାଳକମାନଙ୍କୁ ଭୟଭୀତ କରି ଲୁଟ୍ ଉଦ୍ୟମ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ପୁଲିସ। ସେଠାରୁ ପୁଲିସ ୧୧ ଜଣଙ୍କୁ ଧରିଥିଲା ଓ ସେମାନଙ୍କଠାରୁ ଟଙ୍କା ଓ ମାରଣାସ୍ତ୍ର ଜବତ କରିଥିଲା। ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।