Toma

୨୦ ତାରିଖ ପୂର୍ବରୁ ବାକି ସମସ୍ତ ଆସନର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ : ତୋମାର

Politics State

ଭୁବନେଶ୍ୱର  : ଦୁଇ ତିନି ଦିନ ଭିତରେ ଆସିବ ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୨୦ ତାରିଖ ପୂର୍ବରୁ ବାକି ସମସ୍ତ ଆସନହରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଦଳ । ଏହା କହିଛନ୍ତି ବିଜେପି ଓଡିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର । ଆଶାୟୀ ପ୍ରାର୍ଥୀ ଦଳୀୟ ଅଫିସରେ ଟିକେଟ ପାଇଁ ଦାବି କରିବା ନୂଆ କଥା ନୁହଁ । ସେମାନେ ସମସ୍ତେ ଦଳ ବିଚାର ଧାରା ସହ ଜଡିତ। କେନ୍ଦ୍ରୀୟ ନେତୃତ୍ୱ ପ୍ରଚାରରେ ଆସିବା ନେଇ ଦୁଇ ଦିନ ଭିତରେ ଯୋଜନା ପ୍ରସ୍ତୁତି ହେଉଛି ବୋଲି ସେ କହିଛନ୍ତି । ଘୋଷଣା ହୋଇଥିବା ପ୍ରାର୍ଥୀ ବଦଳିବେ ନା ନାହିଁ ସଂସଦୀୟ କମିଟି ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି । ୨୧ ଲୋକସଭା ଆସନ ଓ ୧୧୨ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଛି । ଏବେ କେବଳ ୩୫ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା ବାକି ଅଛି ।