Loot1 750x430 1

କୁକୁଡ଼ା କମ୍ପାନୀ ଏଜେଣ୍ଟଠାରୁ ୫ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

Crime State

କେନ୍ଦ୍ରାପଡ଼ା: ଏକ କୁକୁଡ଼ା ଫାର୍ମର ଜଣେ ଏଜେଣ୍ଟଙ୍କ ନିକଟରୁ ପ୍ରାୟ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ବ୍ରଏଲର କୁକୁଡ଼ା କମ୍ପାନୀ ଏଜେଣ୍ଟଙ୍କୁ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ମାଡ଼ ମାରି ଟଙ୍କା ବ୍ୟାଗ ଝାମ୍ପି ନେଲେ। ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି। ଏପରି ଅଭିଯୋଗ କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳରୁ ଆସିଛି।

ଖବର ଅନୁଯାୟୀ, ହଳଦିଆ ଗାଁର ସୋନା ଟ୍ରେଡର ନାଁରେ ଏକ ବ୍ରଏଲର କୁକୁଡ଼ା କମ୍ପାନୀ ରହିଛି। ଆଲମ ଗିରି କୁକୁଡ଼ା ଫାର୍ମର ଏଜେଣ୍ଟ ଭାବରେ କାର୍ଯ୍ୟ କରନ୍ତି। କମ୍ପାନୀରୁ ବ୍ରଏଲର କୁକୁଡ଼ା କିଣୁଥିବା ବ୍ୟବସାୟୀଙ୍କଠାରୁ ତାଙ୍କୁ ଟଙ୍କା ସଂଗ୍ରହ କରିବାର ଦାୟିତ୍ୱ ଦିଆଯାଇଛି।

ବିଭିନ୍ନ ସ୍ଥାନରୁ ନଗଦ ସଂଗ୍ରହ କରିବା ପରେ ସେ ତାଙ୍କ କାର୍ଯ୍ୟାଳୟକୁ ଆସୁଥିବାବେଳେ ଦୁଇ ଦୁର୍ବୃତ୍ତ ଏକ ବାଇକରେ ଆସି ଭାଟବାଗ ଆମ୍ବତୋଟା ନିକଟରେ ଆଲମଙ୍କୁ ମାଡ଼ ମାରିଥିଲେ। ଆଲମ ତଳେ ପଡ଼ିଯିବା ପରେ ସେମାନେ ନଗଦ ଟଙ୍କା ବ୍ୟାଗ ଛଡ଼ାଇ ନେଇ ପଳାଇଥିଲେ। ଏହି ଘଟଣାରେ ଆଲମ ଆହତ ହୋଇଥିବାରୁ ସ୍ଥାନୀୟ ଲୋକମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଆଲମ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।