School

୮ ତାରିଖରୁ ମୟୂରଭଞ୍ଜର ସବୁ ଶିକ୍ଷାନୁଷ୍ଠାନ ସକାଳ ୬.୩୦ ରୁ ୧୦.୩୦

State

ବାରିପଦା:  ସମଗ୍ର ଜିଲ୍ଲାରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଧେଶ ଅନୁସାରେ, ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ର ସକାଳ ୬.୩୦ ରୁ ସକାଳ ୧୦.୩୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ। ଜିଲ୍ଲାପାଳଙ୍କର ଏହା ମଧ୍ୟ ନିର୍ଦ୍ଦେଶ ରହିଛି ଯେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କୌଣସି ଶ୍ରମ ଭିତ୍ତିକ କାର୍ଯ୍ୟ ଯେପରି ନ କରାଯାଏ। ପ୍ରକାଶ ଥାଉକି, ଆସନ୍ତା ୮ ତାରିଖରୁ ଏହି ନିୟମ ସମଗ୍ର ଜିଲ୍ଲାରେ ଲାଗୁ ହେବ ଏବଂ ଏହା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ପ୍ରାପ୍ତ ହୋଇଛି।