Baleswar 1

ଚୋରି ହୋଇଥିବା ୭ ଦିନର ଶିଶୁପୁତ୍ର ଉଦ୍ଧାର, ଜଣେ ମହିଳା ଅଟକ

Crime State

ବାଲେଶ୍ବର : ବାଲେଶ୍ବର ମେଡିକାଲରୁ ଚୋରି ହୋଇଥିବା ୭ ଦିନର ଶିଶୁପୁତ୍ର ଉଦ୍ଧାର ହେଲା । ଶିଶୁପୁତ୍ରକୁ ଉଦ୍ଧର କରିବା ସହ ଜଣେ ମହିଳାଙ୍କୁ ଅଟକ ରଖିଛି ପୋଲିସ । ଚୋରି ଶିଶୁପୁତ୍ରକୁ ରେମୁଣା ଥାନା ଅଧୀନ ଦୁର୍ଗାଦେବୀ ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବେଡରୁ ଚୋରି ହୋଇଥିଲା ୭ ଦିନର ଶିଶୁ ପୁତ୍ର। ଚିକିତ୍ସା ଚାଲିଥିବା ବେଳେ ଶିଶୁପୁତ୍ରକୁ କେହି ଚୋରି କରି ନେଇଥିବା ଶିଶୁର ମାଆ ଓ ବାପା ଅଭିଯୋଗ କରିଥିଲେ । ଶିଶୁପୁତ୍ରକୁ ଫେରାଇବା ପାଇଁ ପରିବାର ପକ୍ଷରୁ ମେଡିକାଲ କର୍ତ୍ତୁପକ୍ଷଙ୍କୁ ୨୪ ଘଣ୍ଟାର ମହଲତ ଦେଇଥିଲେ । ଶିଶୁ ପୁତ୍ର ନ ମିଳିଲେ ଜୀବନ ହାରିବାକୁ ପରିବାର ଲୋକ ଚେତାବନୀ ଦେଇଥିଲେ ।

ଅଭିଯୋଗ ଅନୁସାରେ, ଗତ ମାର୍ଚ୍ଚ ୨୮ରେ ଭୋଗରାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବାଲିଆପାଳ ବ୍ଲକ ଆଠ ବାଟିଆ ଗାଁର ସୁଶାନ୍ତ ବାରିକଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ନବଜାତ ଶିଶୁ ପୁତ୍ର ଜଣ୍ଡିସରେ ଆକ୍ରାନ୍ତ ହେବା ପରେ ପରିବାର ପକ୍ଷରୁ ଅଧିକ ଚିକିତ୍ସା ପାଇଁ ଗତ ୨ ତାରିଖରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଚାଲିଥିବା ବେଳେ ଶିଶୁର ମାଆ ଓ ବାପା ମେଡିକାଲ ବାହାରକୁ ଆସିବା ପରେ ଶିଶୁଟି ବେଡ୍ ରେ ନଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ଲୋକଙ୍କୁ ମେଡିକାଲ ନର୍ସ କିମ୍ବା ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ କୌଣଷି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ । ଫଳରେ ଏହାକୁ ନେଇ ପରିବାର ପକ୍ଷରୁ ମେଡିକାଲ ଫାଣ୍ଡି ଆଗରେ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା ।