ଭୁବନେଶ୍ୱର : କମିଶନରେଟ ପୋଲିସ କବଜାରେ ଲୁଟେରା ଗ୍ୟାଙ୍ଗ । ଅଭିଯୁକ୍ତ ପର୍ଶୁରାମ ଗିରିକୁ ଗିରଫ କରିଛି କମିଶନରେଟ ପୋଲିସ । ତାଠାରୁ ୨୧ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ତା ସହ ୭ କେଜି ରୂପା ଓ ୭ ଶହ ଗ୍ରାମ ସୁନା ଜବତ କରିଛି ପୋଲିସ । ତାଲା ପଡ଼ିଥିବା ଘରକୁ ଟାର୍ଗେଟ କରୁଥିଲେ ଲୁଟେରା । ବ୍ଲକିଂ ଚେକିଂବେଳେ ପର୍ଶୁରାମକୁ ଗିରଫ କରିଛି ପୋଲିସ ।
ଲୁଟ୍ ବେଳର ସିସିଟିଭି ଫୁଟେଜ୍ ଜାରି କରିଛି କମିଶନରେଟ ପୋଲିସ । ଜଗନ୍ନାଥ ନଗର ଓ ପ୍ରାଚୀ ବିହାରରୁ ଲୁଟ ବେଳର ଦୃଶ୍ୟ । ସେପଟେ ଅଭିଯୁକ୍ତକୁ ଧରିବା ପରେ କ୍ରାଇମ ସିନ ରିକ୍ରିଏସନ କରିଛି ପୋଲିସ । ଲୁଟେରା ଝରକା ତାଡି ଟଙ୍କା ଲୁଟୁଥିଲା । ନବମ ପାସ ପର୍ଶୁରାମ ଲୁଟ ଟଙ୍କାରେ ବିଳାସ ପୂର୍ଣ୍ଣ ଜୀବନ ବିତାଉଥିବା ଜଣାପଡ଼ିଛି ।
ଲୁଟ ଟଙ୍କାରେ ସେଭେନ ଷ୍ଟାର ହୋଟେଲରେ ରାତି ବିତାଉଥିଲା । ବାର ପବ୍ ରେ ଟଙ୍କା ଉଡାଉଥିଲା । ୫୦ ରୁ ଉର୍ଦ୍ଧ କେସରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ପର୍ଶୁରାମ ଗିରିର ଘର ବାଲେଶ୍ଵର ଜିଲ୍ଲା ସୋରରେ । ଭୁବନେଶ୍ୱରର ବଡ଼ଗଡ଼, ପାହାଳ, ମଞ୍ଚେଶ୍ୱର, ଲିଙ୍ଗରାଜ, ଶହୀଦନଗର ଥାନାରେ ଅଭିଯୁକ୍ତ ନାଁ ରେ ୨୧ ଟି କେସ ରହିଛି । ଲୁଟ ଟଙ୍କାରେ ଅଭିଯୁକ୍ତ ଜଣଙ୍କ ଗୋଆ, ମୁମ୍ବାଇ, କୋଲକାତା ବୁଲୁଥିଲା । ଭୁବନେଶ୍ୱର ବଡ଼ଗଡ଼ ରେ ୫ ଟି ଫ୍ଲାଟ କରି ଭଡାରେ ଦେଇଥିଲା ଲୁଟେରା । ନିଜ ଗାଁ ସୋରରେ ମଧ୍ୟ ଅଭିଯୁକ୍ତର ୩ ମହଲା ଘର ରହିଛି ।