Image 2024 03 22t123917.532

ଟ୍ରକକୁ ପିଟିଲା ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ

Crime State

ନୂଆପଡ଼ା: ନୂଆପଡ଼ା ସିନାପାଲି ଥାନା ଅଧୀନ ବିଜୁ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ପଛରୁ ଧକ୍କା ଦେଲା ଆଉ ଏକ ଟ୍ରକ୍ । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗୋଟିଏ ଟ୍ରକରେ ନିଆଁ ଲାଗିଯାଇଥିଲା । ଫଳରେ ଗୋଟିଏ ଟ୍ରକର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ଖବର ମୁତାବକ, ବିଜୁ ଏକ୍ସପ୍ରେସରେ ଆଗରେ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକଟି ହଠାତ୍‌ ବ୍ରେକ୍‌ ମାରିବାରୁ ପଛରେ ଥିବା ଅନ୍ୟ ଏକ ମାଲବୋଝେଇ ଟ୍ରକ୍ ଟି ଭାରସାମ୍ୟ ହରାଇ ଉକ୍ତ ଟ୍ରକ୍ ଦେହରେ ପିଟି ହୋଇଥିଲା । ଧକ୍କା ଏତେ ଜୋର ଥିଲା ଯେ, ଆଗପଟ ସମ୍ପୂର୍ଣ୍ଣ ଭାଙ୍ଗି ଯିବା ସହ ଟ୍ରକରେ ନିଆଁ ଲାଗିଯାଇଥିଲା ।

ଏହାଦେଖି ସ୍ଥାନୀୟ ଲୋକେ ଜଳନ୍ତା ଟ୍ରକରୁ ଡ୍ରାଇଭରଙ୍କୁ ଉଦ୍ଧାର କରିବାକୁ ବହୁ ଚେଷ୍ଟା କରିଥିଲେ ସୁଦ୍ଧା ଷ୍ଟିଅରିଂ ଓ ସିଟ୍ ମଧ୍ୟରେ ଚାପି ହୋଇ ରହିଥିବାରୁ ଉଦ୍ଧାର କରିପାରିନଥିଲେ । ଖବରପାଇ ସିନାପାଲି ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଡ୍ରାଇଭରଙ୍କୁ ବଞ୍ଚାଇ ପାରି ନ ଥିଲେ ।

ଉଭୟ ଟ୍ରକ୍‌ ରାଜସ୍ଥାନର ବୋଲି ଜଣାପଡ଼ିଛି । ସିନାପାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।