Ram Temple 2

ଫତେଗଡ ରାମ ମନ୍ଦିରରୁ ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଚୋରି

Crime State

ବାଙ୍କୀ  : ରାମ ମନ୍ଦିରରୁ ଚୋରି । ନୟାଗଡ଼ ଜିଲ୍ଲା ଫତେଗଡରେ ନବ ନିର୍ମିତ ରାମ ମନ୍ଦିରରୁ ଚୋରି ହୋଇଛି ।  ଗତକାଲି ବିଳମ୍ବିତ ରାତିରେ ମନ୍ଦିର ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ସୁନା ଅଳଙ୍କାର ସହିତ ଲକ୍ଷାଧିକ ଟଙ୍କା ଧରି ଛୁ ମାରିଥିବା ଅଭିଯୋଗ ହୋଇଛି ।  ଆଜି ସକାଳୁ ପୂଜକ ମନ୍ଦିରର ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ ।  ଭିତରେ ଭଙ୍ଗା ଯାଇଥିଲା ହୁଣ୍ଡି ।  ଏନେଇ ମନ୍ଦିର କମିଟି ପକ୍ଷରୁ ଫତେଗଡ ଥାନାରେ ଅଭିଯୋଗ ହୋଇଛି । ଅଧିକ ଖୋଳତାଡ କରୁଛି ପୋଲିସ ।