2 179 1739109201155

BCAC ଦ୍ୱାରା ଗୋଲ୍ଡେନ ଟ୍ରାଙ୍ଗେଲ୍ ସାଇକିଲିଂ ଚାମ୍ପିଅନଶିପ୍ ଅନୁଷ୍ଠିତ

State

ଭୁବନେଶ୍ୱର: ଭୁବନେଶ୍ୱର ସାଇକିଲିଂ ଆଣ୍ଡ ଆଡଭେଞ୍ଚର କ୍ଲବ୍ (ବିସିଏସି)ର ଗୋଲ୍ଡେନ ଟ୍ରାଙ୍ଗେଲ୍ ସାଇକିଲିଂ ଚାମ୍ପିଅନଶିପର ସପ୍ତମ ସଂସ୍କରଣ ସଫଳତାର ସହ ଶେଷ ହୋଇଛି । ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଭୁବନେଶ୍ୱରରୁ ସାଇକଲେ ଚଲାଇ ପୁରୀ ଯାଇଥିଲେ ଏବଂ ସେଠାରୁ ଫେରିଥିଲେ । ଏହା ମୋଟ ୧୧୪ କିଲୋମିଟର ସାଇକିଲିଂ ପ୍ରତିଯୋଗିତା ଥିଲା ।

ରାଜ୍ୟରେ ସାଇକେଲ୍ ଚାଳକଙ୍କ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ବଢାଇବା ଏହି ଚାମ୍ପିଅନଶିପ୍ ଆୟୋଜନ ପଛର ବଡ଼ ଉଦ୍ଦେଶ୍ୟ । ଜିଟିସିସିର ସପ୍ତମ ସଂସ୍କରଣରେ ୧୨ଟି ରାଜ୍ୟରୁ ୧୦୦ରୁ ଅଧିକ ସାଇକେଲ୍ ଚାଳକ ସାମିଲ ହୋଇଥିଲେ । ମହାରାଷ୍ଟ୍ରରୁ ଆସିଥିବା ପ୍ରତିଯୋଗୀ ସିଦ୍ଧେଶ ଅଜିତ୍ ପାଟିଲ୍ ପ୍ରଥମ, ପଞ୍ଜାବର ସାଇକେଲ୍ ଚାଳକ ମନଦୀପ ସିଂହ ଦ୍ୱିତୀୟ ଏବଂ ହରିୟାଣାର ସୁମିତ୍ କୁମାର ତୃତୀୟ ସ୍ଥାନରେ ରହିଥିଲେ । ତିନି ବିଜେତାଙ୍କୁ ଯାଥାକ୍ରମେ ୧ ଲକ୍ଷ ଟଙ୍କା, ୫୦ ହଜାର ଟଙ୍କା ଏବଂ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା ।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଏଡିଜି ସଞ୍ଜୀବ ପଣ୍ଡା, ଏଚ୍‌ଡିଏଫ୍‌ସି ଉପସଭାପତି ଅନନ୍ତ ପଟ୍ଟନାୟକ ଉପସ୍ଥିତ ରହିଥିଲେ । ଦେଶର ୧୨ଟି ରାଜ୍ୟରୁ ୧୦୦ରୁ ଅଧିକ ସାଇକେଲ ଚାଳକ ଏହି ରୋଡ୍ ସାଇକ୍ଲିଂ ଚାମ୍ପିଅନଶିପରେ ଭାଗ ନେଇଥିଲେ । ପଶ୍ଚିମବଙ୍ଗ, ପଂଜାବ, ହରିୟାଣା, ଚଣ୍ଡିଗଡ଼, ଝାଡ଼ଖଣ୍ଡ, ଛତିଶଗଡ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମଧ୍ୟପ୍ରଦେଶ, ଦିଲ୍ଲୀରୁ ପ୍ରତିଯୋଗୀ ସାମିଲ ହୋଇଥିଲେ ।