Rewe

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

Crime State

ବାରିପଦା-ତା- ୧୫-୩- ୨୦୨୧ ନଭେମ୍ବର ୧୧ ତାରିଖରେ ମୟୁରଭଞ ଜିଲା ବୈଶିଙ୍ଘା ଥାନା ଅଞ୍ଚଳରେ ରେ ଜନୈକା ନାବାଳିକା ସହିତ ହୋଇଥିବା ଦୁଷ୍କର୍ମ ସଂଙ୍କ୍ରାନ୍ତ ଏକ ମାମଲାର ଆଜି ବିଚାର କରି ଆଡ – ହକ ଅତିରିକ୍ତ ଜିଲା ଓ ଦୈାରାଜଜ ( ଏଫଟିଏସସି) ଆଣ୍ଡର ପକ୍ସୋ ଆକ୍ଟ ବିଚାରପତି ସନ୍ତୋଷ କୁମାର ନାଏକ ଅଭିଯୁକ୍ତ ମୟୁରଭଞ ଜିଲା ବୈଶିଙ୍ଘା ଥାନା ଅନ୍ତର୍ଗତ ଡେମ୍ପହାଉଦା ଗ୍ରାମର ଧୂମକେତୁ ଏଲିଏସ ବାପୁନି ସିଂ(୩୦) କୁ ଦୋଷୀ ସାବ୍ୟସ୍ତ କରବା ସହିତ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୬ ଅଫ ପୋକସୋ ଆକ୍ଟ ଅନୁଯାୟୀ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୩ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ନାବାଳିକା ର ପିତା ଙ୍କ ପକ୍ଷରୁ ବୈଶିଙ୍ଘା ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ୩-୧୧-୨୦୨୧ ରିଖ ଦିନ ପାଖାପାଖି ଦିନ ୧୨ ଟା ସମୟରେ ତାଙ୍କ ନାବାଳିକା ଝିଅ ଉକ୍ତ ଗ୍ରାମର ପୋଡଶୀ ଫୁଲମଣି ସିଂ ଙ୍କ ଘରକୁ ରୋଷେଇ କରିବାକୁ ଯାଇଥିଲା । ଫୁଲମଣି ସିଂ ଙ୍କ ଜ୍ୱର ହୋଇଥିବାରୁ ସିଏ ଶୋଇଥିଲେ । ନାବଳିକା ଜଣକ ରୋଷେଇ ସାରି ବାରଣ୍ଡାରେ ଛିଡା ହୋଇଥିଲା । ଏହି ସମୟରେ ଅଭିଯୁକ୍ତ ଧୁମକେତୁ ମଦ୍ୟପ ଅବସ୍ଥାରେ ଆସି ନାବଳିକା କୁ ପ୍ରେମ ସଂମ୍ପର୍କ ଯୋଡିବାକୁ ବାଧ୍ୟ କରିôଥିଲା ।

ମାତ୍ର ନାବାଳିକା ଜଣକ ମନା କରିବାରୁ ତାକୁ ଜୋଇଜବରଦସ୍ତ ଏକ କୋଠରୀ କୁ ନେଇ ତା ସହିତ ଦୁଷ୍କର୍ମ କରିଥିଲା । ନାବାଳିକା ଘରକୁ ଫେରିଆସି ଭୟରେ କାହାରିକୁ ଜଣାଇ ନଥିଲା । ତହିଁପରଦିନ ସିଏ ତାର ମାମୁଁ ଙ୍କୁ ଏହି ବିଷୟରେ ଜଣାଇଥିଲା । ଏ କଥା ନାବାଳିକା ର ପରିବାରବର୍ଗ ଜାଣିବା ପରେ ଗ୍ରାମରେ ଏକ ସଭା ଡକାଇଥିଲେ । ଉକ୍ତ ସଭାରେ ଅଭିଯୁକ୍ତ ଏହି କଥା ସ୍ୱୀକାର କରିଥିଲା । ଏ ବାବଦରେ ବୈଶିଙ୍ଘା ଥାନାରେ କେସ ନମ୍ବର ୩୨୩/୬-୧୧-୨୦୨୧ ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତ କୁ ତହିଁ ପରଦିନ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୧୬ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଏଥି ସହିତ ପିଡୀତା ନାବାଳିକା କୁ କ୍ଷତିପୂରଣ ବାବଦରେ ଚାରି ଲକ୍ଷ ଟଙ୍କା ପୈଠ କରିବାକୁ ଜିଲା ଆଇନ ସହାୟତା କତ୍ତୃପକ୍ଷ ଙ୍କୁ ଅଦାଲତ ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ଆଇନଜିବୀ ମନୋରଞନ ପଟ୍ଟନାୟକ ପରିଚାଳନା କରୁଥିଲେ ।